Latest Odisha News

ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା, ସହଯୋଗର ହାତ ବଢାଇଲେ ବଲିଉଡ ଅଭିନେତା ସୋନୁ ସୁଦ୍

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ୍ ସୋମବାର ଦିନ ମୁମ୍ବାଇରେ ଅଟକି ରହିଥିବା କର୍ଣ୍ଣାଟକର ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ପାଇଁ ୧୦ଟି ବସର ବ୍ୟବସ୍ଥା କରିଛନ୍ତିି।

ପ୍ରାପ୍ତ ସୂଚନାନୁଯାୟୀ ଏହି ଅଭିନେତା ଜଣକ ଉଭୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାରଙ୍କଠାରୁ ଅନୁମତି ନେଇଥିବା ବେଳେ ଉକ୍ତ ବସ୍ ଗୁଡିକ ମହାରାଷ୍ଟ୍ରର ଥାନେରୁ କର୍ଣ୍ଣାଟକର ଗୁଲବର୍ଗା ଅଭିମୁଖେ ଯାତ୍ରା କରିଥିଲା।

ଇଣ୍ଡିଆ ଟାଇମ୍ସକୁ ସୂଚନା ଦେଇ ସେ କହିଥିଲେ, “ମୁଁ ଦୃଢ ଭାବରେ ବିଶ୍ବାସ କରେ ଯେ ବର୍ତ୍ତମାନ କରୋନାଭାଇରସ ଭଳି ଏହି ବିଶ୍ୱ ବିପର୍ଯ୍ୟୟ ସମୟରେ ଆମ ପରି ସମସ୍ତେ ନିଜ ନିଜ ପରିବାର ତଥା ପ୍ରିୟଜନଙ୍କ ସହ ରହିବାକୁ ଯୋଗ୍ୟ ଅଟନ୍ତି।

ଆହୁରି ମଧ୍ୟ ଏହି ଅଭିନେତା ଜଣକ ବସ୍ ଟର୍ମିନାଲ୍ ପରିଦର୍ଶନ କରି ଶ୍ରମିକମାନଙ୍କୁ ବିଦାୟ ଦେଇଥିଲେ।

ଏହାପୂର୍ବରୁ, ସୋନୁ ପଞ୍ଜାବ ଡାକ୍ତରମାନଙ୍କୁ ପ୍ରାୟ ୧,୫୦୦ ପିପିଏ କିଟ୍ ଯୋଗାଇବା ସହ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ରହିବା ପାଇଁ ତାଙ୍କ ଜୁହୁ ହୋଟେଲକୁ ଅଫର ଦେଇଥିଲେ।

Leave A Reply

Your email address will not be published.