Latest Odisha News

କୋଭିଡ ୧୯ ଟୀକା ପରୀକ୍ଷଣ ପାଇଁ ନିଜ ଶରୀର ଦେବାକୁ ପ୍ରସ୍ତୁତ କାନପୁରର ହୋମଗାର୍ଡ

କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲା ସ୍ଥିତ ଜୁହି ଅଞ୍ଚଳର ବାସିନ୍ଦା ହୋମଗାର୍ଡ ଆକାଶ ଗୁପ୍ତା (୩୫) । ନିଜ ଦେହରେ କୋଭିଡ ୧୯ ଟୀକା ପରୀକ୍ଷଣ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁମତି ମାଗିଛନ୍ତି ।

ଜାତୀୟ ଗଣମାଧ୍ୟମକୁ ଆକାଶ କହିଛନ୍ତି ଯେ, “ମୁଁ ଟିଭିରେ ଦେଖିଲି କିପରି ଅନୁସନ୍ଧାନକାରୀମାନେ ପଶୁମାନଙ୍କ ଉପରେ ଟିକା ପରୀକ୍ଷା କରୁଛନ୍ତି, କାରଣ କୌଣସି ଏହି ପରୀକ୍ଷଣକୁ ନିଜ ଦେହରେ କରାଇବାକୁ ଆଗକୁ ଆସିବାକୁ ଇଚ୍ଛୁକ ନୁହଁନ୍ତି। ତେଣୁ ମୋ ଦେହରେ କୋଭିଡ୧୯ ଟୀକା ପରୀକ୍ଷଣ ହେଉ ବୋଲି ମୁଁ ନିଷ୍ପତ୍ତି ନେଇଛି। ଏହାଠାରୁ ବଳି ଦେଶ ତଥା ମାନବିକତା ପ୍ରତି କୌଣସି ବଡ଼ ସେବା ହୋଇପାରିବ ନାହିଁ” ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, “ଏହି ସଙ୍କଟ ସମୟରେ ଯଦି ଦେଶର ବୈଜ୍ଞାନିକମାନେ କରୋନାଭାଇରସ୍ ବିରୁଦ୍ଧରେ ଟିକା ବିକଶିତ କରିବା ନିମନ୍ତେ ମାନବ ଶରୀର ଆବଶ୍ୟକ କରୁଛନ୍ତି, ତେବେ ମୁଁ ଏହି ପରୀକ୍ଷା ପାଇଁ ମୋ ଶରୀର ଦେବାକୁ ପ୍ରସ୍ତୁତ ଅଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସମ୍ପୃକ୍ତ କର୍ତ୍ତୃପକ୍ଷ ଟିକା ବିକଶିତ କରିବା ପାଇଁ ମୋ ଶରୀରକୁ ବ୍ୟବହାର କରନ୍ତି ତେବେ ମୁଁ କୃତଜ୍ଞ ହେବି, ଯଦିଓ ଏହି ପରୀକ୍ଷଣରେ ମୁଁ ମୋର ଜୀବନ ହରାଉଛି, ତଥାପି ମଧ୍ୟ ମତେ କୌଣସି ଫରକ ପଡ଼ିବ ନାହିଁ”।

Leave A Reply

Your email address will not be published.