ନୂଆଦିଲ୍ଲୀ: କରୋନା ପାଇଁ କଟିବନି ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ । ପେନ୍ସନ୍ ବନ୍ଦ କରିବାକୁ ମଧ୍ୟ କୌଣସି ପ୍ରସ୍ତାବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର ।
ଏ ସମ୍ପର୍କରେ ମନ୍ତ୍ରଣାଳୟର ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀ କାଳରେ ନାନା ପ୍ରକାର ଗୁଜବ ପ୍ରଚାରିତ ହେଉଛି । ପେନସନ ବନ୍ଦ ଓ ହ୍ରାସ ନେଇ ଏମିତି କିଛି ଗୁଜବ ପ୍ରଚାରିତ ହେବା ଫଳରେ ଏହା ପେନସନଭୋଗୀଙ୍କ ଚିନ୍ତା ବଢ଼ାଇଛି । ତେବେ ଏହା ଏକ ଗୁଜବ ଏବଂ ଏଥିରେ କୌଣସି ସତ୍ୟତା ନାହିଁ ।
ସରକାରଙ୍କର ପେନସନ ହ୍ରାସ କିମ୍ବା ବନ୍ଦ କରିବାର କୌଣସି ପ୍ରସ୍ତାବ ନାହିଁ ଏବଂ ଏପରି ଗୁଜବରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ପେନସନ ବନ୍ଦ କିମ୍ବା ହ୍ରାସ କରିବାର ବିଚାର ମଧ୍ୟ ସରକାରଙ୍କର ନାହିଁ । କୌଣସି ଗୁଜବରେ ବିଭ୍ରାନ୍ତ ନହେବାକୁ ବିଭାଗ ପକ୍ଷରୁ ପେନସନଭୋଗୀଙ୍କୁ ପରାମର୍ଶ ଦିଆଯାଇଛି ।
BREAKING NEWS
- Iran Crisis: ଇରାନ ସଂକଟ ମଧ୍ୟରେ ଭାରତର ପଦକ୍ଷେପ, ଆରମ୍ଭ ହେଲା ବଡ଼ ଅପରେସନ
- Protests Against SIR: ପଶ୍ଚିମବଙ୍ଗରେ SIR ବିରୋଧରେ ହିଂସାତ୍ମକ ପ୍ରତିବାଦ, BDO କାର୍ଯ୍ୟାଳୟରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଲେ ପ୍ରତିବାଦକାରୀ…
- Elephant Died: ବୋମା ଖାଇଥିବା ଗୁରୁତର ହାତୀର ମୃତ୍ୟୁ…
- ED Raid: ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ଇଡି ଚଢ଼ାଉ
- Machado Gave Nobel to Trump: ନିଜ ନୋବେଲ୍ ପୁରସ୍କାରକୁ ଟ୍ରମ୍ପଙ୍କୁ ଉପହାର ଦେଲେ ମାଚାଡୋ… କ’ଣ ଏବେ ଆମେରିକା ରାଷ୍ଟ୍ରପତି ନୋବେଲ ବିଜେତା?
- CM Mohan Majhi: ୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ଆହୁରି ଅଧିକ ଆସିବ ପୁଞ୍ଜି
- ଏଣିକି ଆଶାୟୀ ସରକାରୀ ଚାକିରିଆଙ୍କୁ ପରୀକ୍ଷା ପାଇଁ ଦେବାକୁ ପଡିବନି ଏନ୍ଓସି
- ଗ୍ରିନଲାଣ୍ଡ ପହଞ୍ଚିଲେ ୟୁରୋପୀୟ ସୈନିକ, ବଢିଲା ସୁରକ୍ଷା ଚିନ୍ତା
- ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ଓ ବର୍ଜ୍ୟ ପରିଚାଳନାକୁ ନେଇ ବିଏମସିର କଡ଼ା ନିର୍ଦ୍ଦେଶ
- Cold Wave: ପୁଣି ରାଜ୍ୟରେ ହାଡ଼ଭଙ୍ଗା ଶୀତ, ଥରିବ ଏସବୁ ଜିଲ୍ଲା
Comments are closed.