Latest Odisha News

BREAKING NEWS

ସୁପ୍ରିମକୋର୍ଟ କଲେଜିୟମର ମୋହର: ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି (ସିଜେ) ଭାବେ ମେଘାଳୟ ହାଇକୋର୍ଟର ପ୍ରଧାନ ବିଚାରପତି ମହମ୍ମଦ ରଫିକଙ୍କୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି।

ଗତ ବର୍ଷ ନଭେମ୍ବର ମାସରେ ମେଘାଳୟ ହାଇକୋର୍ଟର ସିଜେ ଭାବେ ଜଷ୍ଟିସ୍ ରଫିକ୍ ଶପଥ ଗ୍ରହଣ କରିଥିଲେ।

ଜଷ୍ଟିସ ସଞ୍ଜୁ ପଣ୍ଡା ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଅଛନ୍ତି।

ଏହାପୂର୍ବରୁ ବମ୍ବେ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସତ୍ୟରାଜନ୍ ସି ଧର୍ମାଧିକରୀ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ପଦବୀ ଗ୍ରହଣ କରିବା ପରେ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କର ସ୍ୱଳ୍ପ କାର୍ଯ୍ଯକାଳ ହେତୁ ସେ ଓଡିଶା ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ବୋଲି ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.