Latest Odisha News

BREAKING NEWS

ଦେଶରେ ଦୈନିକ କରୋନା ମୃତ୍ୟୁ ମାମଲାରେ ସର୍ବକାଳୀନ ରେକର୍ଡ, ୨୪ ଘଣ୍ଟାରେ ୪୨୦୫ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥର ବଢ଼ିଛି । ସୋମବାର ଦେଶରେ ୩ ଲକ୍ଷ ୨୯ ହଜାର ସଂକ୍ରମଣ ମାମଲା ଆସିଥିଲା । ମଙ୍ଗଳବାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୩ ଲକ୍ଷ ୪୮ ହଜାର ୪୨୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୪ ହଜାର ୨୦୫ ଜଣଙ୍କ ମୃତ୍ୟୁ ପୂର୍ବ ସବୁ ମୃତ୍ୟୁସଂଖ୍ୟାକୁ ଟପି ନୂଆ ରେକର୍ଡ କରିଛି । ପ୍ରଥମ ଥର ପାଇଁ ଦେଶରେ ୪ ହଜାର ୨୦୦ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ମେ ୭ରେ ଦେଶରେ ସର୍ବାଧିକ ମୃତ୍ୟୁ ହୋଇଥିଲା ।

ଦେଶରେ ଅକ୍ସିଜେନ୍ ଅଭାବ କାରଣରୁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । ଅନ୍ୟପଟେ ସକ୍ରିୟ ସଂକ୍ରମଣ ମାମଲାରେ ମହାରାଷ୍ଟ୍ରକୁ ଅତିକ୍ରମ କରିଛି କର୍ଣ୍ଣାଟକ । କର୍ଣ୍ଣାଟକରେ ଏବେ ୫ ଲକ୍ଷ ୮୭ ହଜାର ୪୫୨ ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ମହାରାଷ୍ଟ୍ରରେ ୫ ଲକ୍ଷ ୫୮ ହଜାର ୯୯୬ ଜଣ ଆକ୍ରାନ୍ତ ରହିଛନ୍ତି ।

ଦେଶରେ କରୋନା ସ୍ଥିତି

ମୋଟ ସଂକ୍ରମିତ ସଂଖ୍ୟା- ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮

ସକ୍ରିୟ ସଂକ୍ରମିତ ସଂଖ୍ୟା- ୩୭ ଲକ୍ଷ ୪ ହଜାର ୯୯

ମୋଟ ସୁସ୍ଥ ସଂଖ୍ୟା- ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨

ମୋଟ ମୃତ୍ୟୁସଂଖ୍ୟା- ୨ ଲକ୍ଷ ୫୪ ହଜାର ୧୯୭

ମୋଟ ଟିକାକରଣ- ୧୭ କୋଟି ୫୨ ଲକ୍ଷ ୩୫ ହଜାର ୯୯୧

Leave A Reply

Your email address will not be published.