Latest Odisha News

୪୪ ଦେଶରୁ ଚିହ୍ନଟ ହେଲାଣି କରୋନାର ଭାରତ ଷ୍ଟ୍ରେନ୍ B.1.617

ନୂଆଦିଲ୍ଲୀ: ଭାରତରେ ସେକେଣ୍ଡ ଓ୍ୱେଭରେ ଦ୍ରୁତ ମାଡୁଛି କରୋନା । ଭାରତର ଭାରିଆଣ୍ଟ B.1.617 ଅଧିକ ମାରାତ୍ମକ ଓ ସଂକ୍ରାମକ । ଏକଥା ସ୍ପଷ୍ଟ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବର୍ତ୍ତମାନ ସୁଦ୍ଧା କରୋନାର ଏହି ନୂଆ ଭାରତ ମ୍ୟୁଟାଣ୍ଟ ବିଶ୍ୱର ୪୪ଟି ଦେଶରୁ ଚିହ୍ନଟ ହେଲାଣି । ବିଶ୍ୱରେ ୪୫ ଶହରୁ ଅଧିକ ନମୁନା ପରୀକ୍ଷାରୁ ଭାରତ ଷ୍ଟ୍ରେନ୍ ମିଳିଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଭାରତ ସହ ମାରାତ୍ମକ ବ୍ରିଟେନ୍, ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାର କରୋନା ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନକୁ ନେଇ ବି ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ । ଏସବୁ ଦେଶରୁ ଚିହ୍ନଟ କରୋନା ଷ୍ଟ୍ରେନ୍ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ ସଂକ୍ରାମତ ଓ ପ୍ରାଘଘାତୀ । ଏହାର ପ୍ରଭାବରେ ଆକ୍ରାନ୍ତଙ୍କ ରୋକ ପ୍ରତିରୋଧକ ଶକ୍ତି ବହୁମାତ୍ରାରେ କମି ଯାଉଛି । ଏପରିକି ଟିକାକୁ ବି ମାତ ଦେଉଛି ନୂଆ ଭାରିଆଣ୍ଟ ।

Leave A Reply

Your email address will not be published.