Latest Odisha News

ରାଜ୍ୟରେ ପୁଣି କରୋନା ନେଲା ୧୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । କିନ୍ତୁ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । ପ୍ରତିଦିନ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଉଛି କିଲର ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୧୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୯୭କୁ ବୃଦ୍ଧି ପାଇଛି ।

ଆଜି ଭୁବନେଶ୍ୱରରୁ, କଟକ, ନୂଆପଡା, ଅନଗୁଳ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି କେନ୍ଦୁଝର, ସମ୍ବଲପୁର, ଜଗତସିଂହପୁରରୁ ଜଣେ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.