Latest Odisha News

BREAKING NEWS

କରୋନା: ଫ୍ରାନ୍ସରେ ଲକଡାଉନ ସତ୍ୱେ ଗୋଟିଏ ଦିନରେ ୨୮% ମୃତ୍ୟୁ

ପ୍ୟାରିସ: ଫ୍ରାନ୍ସରେ ଦେଶବ୍ୟାପୀ ଲକଡାଉନ ସତ୍ୱେ ବଢ଼ି ବଢ଼ି ଚାଲିଛି କରୋନାଭାଇରସ ଜନିତ ମୃତ୍ୟୁ ସଂଖ୍ୟା । ଫ୍ରାନ୍ସରେ ଗୋଟିଏ ଦିନରେ ୧୮୬ଜଣଙ୍କ ମୃତ୍ୟୁ ହୋଇଛି । ଫ୍ରାନ୍ସରେ ଲକଡାଉନର ଏହା ଦ୍ୱିତୀୟ ସପ୍ତାହ ହୋଇଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା ଅଣାୟତ୍ତ ହୋଇପଡିଛି ।

ଏହା ସହିତ ସେଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬୦କୁ ପହଞ୍ଚିଛି । ଅର୍ଥାତ ଗୋଟିଏ ଦିନରେ ଫ୍ରାନ୍ସରେ ୨୮% ମୃତ୍ୟୁ ହୋଇଛି ।
ଏନେଇ ଫ୍ରାନ୍ସ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, “ଫ୍ରାନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଘଣ୍ଟାରେ ପାଖାପାଖି ୨୦% ଅର୍ଥାତ୍ ୧୯,୮୫୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨,୦୮୨ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଶୋଚନୀୟ ରହିଛି ।”

Leave A Reply

Your email address will not be published.