Latest Odisha News

BREAKING NEWS

କରୋନାଭାଇରସ: ବିଶ୍ୱବ୍ୟାପୀ ୧ଲକ୍ଷ ରୋଗୀ ଆରୋଗ୍ୟ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱ୍ୟାପୀ ପ୍ରାୟ ୧ ଲକ୍ଷ ରୋଗୀ ଆରୋଗ୍ୟ ହୋଇଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୧୯୨ଟି ଦେଶରେ ଏଯାବତ୍ ୩୫ ହଜାର ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୧୫ ହଜାର ଜଣଙ୍କର ମୃତ୍ୟୁ ଘଟିଛି ।

ଅଧିକ ପଢନ୍ତୁ: କରୋନା ସତର୍କତା: ଆଜି ମଧ୍ୟରାତ୍ରିରୁ ଉଡିବନି ଘରୋଇ ବିମାନ

ସେହିପରି ଭାରତରେ ମଙ୍ଗଳବାର ଦିନ ପାଖାପାଖି ୪୯୨ ଜଣ ବ୍ୟକ୍ତି କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏପରିକି ଏପର୍ଯ୍ୟନ୍ତ କୋଭିଡ -୧୯ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୮ ଜଣ ପ୍ରାଣ ହରାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୨ରୁ ଅଧିକ ଦେଶକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

 

Leave A Reply

Your email address will not be published.