ନୂଆଦିଲ୍ଲୀ : କରୋନା ମହାମାରୀ ଭାରତୀୟ ସେନାର ଆଧୁନିକୀକରଣକୁ ଗୁରୁତର ଭାବେ ପ୍ରଭାବିତ କରିବ । ପୂର୍ବରୁ ଯୋଜନା କରାଯାଇଥିବା ଯୁଦ୍ଧାସ୍ତ୍ର ଖରିଦକୁ ସ୍ଥଗିତ ରଖିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ବିଚାର କରୁଛି । ପ୍ରତିରକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ମିଲିଟାରୀ ବ୍ୟାପାର ବିଭାଗ ପକ୍ଷରୁ ସେନା, ବାୟୁସେନା ଓ ନୌସେନାକୁ ଏକ ନିର୍ଦ୍ଦେଶ ଜାରି କରି ସେମାନଙ୍କ ଯୁଦ୍ଧାସ୍ତ୍ର ଖରିଦ ଯୋଜନାକୁ ସ୍ଥଗିତ ରଖିବାକୁ କହିଛି । କେନ୍ଦ୍ର ସରକାର କିଛି ବର୍ଷତଳେ ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ ।
ବାୟୁସେନା ପାଇଁ ରାଫେଲ, ଆପାଚେ ହେଲିକାପ୍ଟର ଆଦି ଖରିଦ କରାଯାଉଥିବାବେଳେ ଋଷିଆଠାରୁ ଏସ-୪୦୦ ଖରିଦ କରାଯାଉଛି । ଉଭୟ ରାଫେଲ ଓ ଏସ-୪୦୦ ପାଇଁ ଭାରତ ଅଗ୍ରୀମ ଅର୍ଥ ମଧ୍ୟ ପ୍ରଦାନ କରିସାରିଛି । ସେହିପରି ସେନା ପାଇଁ ଅତ୍ୟାଧୁନିକ ଟ୍ୟାଙ୍କ, ହେଲିକପଫର ଓ ରାଇଫଲ ଖରିଦ ପାଇଁ ଅର୍ଡର ଦିଆଯାଇଛି । ନୌସେନା ପାଇଁ ବୁଡ଼ାଜାହାଜ ଓ ହେଲିକାପଫର ଖରିଦ କରାଯାଉଛି । କିନ୍ତୁ ଏବେ ଏସବୁ ଯୁଦ୍ଧାସ୍ତ୍ରର ଖରିଦ ବିଳମ୍ବିତ ହେବାର ଆଶଙ୍କା ଦୃଢୀଭୂତ ହୋଇଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.