Latest Odisha News

BREAKING NEWS

କରୋନାରେ ଓଡ଼ିଶାକୁ ବାତ୍ୟା ଭୟ; ମେ’ ୪-୫ରେ ଲ୍ୟାଣ୍ଡ୍‌ଫଲ୍ ସମ୍ଭାବନା !

ଭୁବନେଶ୍ୱର: ଉପକୂଳ ଓଡ଼ିଶା ଏବେ ମରଣାନ୍ତକ କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ରହିଥିବା ବେଳେ ଆଗକୁ ଆସୁଛି ବାତ୍ୟା ଆଶଙ୍କା ।

ଏବେ ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟମ ଧରଣର ବୃଷ୍ଟିପାତ ଅନୁଭୂତ ହେଉଥିବା ବେଳେ ଆସନ୍ତା ମେ ୧ ତାରିଖରେ ଲଘୁଚାପର ସମ୍ଭାବନା ରହିଛି ।

ପୁଣେସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ଟ୍ରପିକାଲ୍ ମେଟେରୋଲୋଜି (ଆଇଆଇଟିଏମ) ସଂସ୍ଥା ତଥା ଆମେରେକୀୟ ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍ (ଜିଏଫଏସ)ର ସୂଚନାନୁଯାୟୀ ଏପ୍ରିଲ୍ ୩୦ ଆଡ଼କୁ ଆଣ୍ଡାମାନ ଓ ନିକୋବର ଦୀପର ଦକ୍ଷିଣ ପୂର୍ବ ଭାଗରେ ଲଘୁଚାପ ଘନିଭୂତ ହେବ ।

ଏହା ଓଡ଼ିଶା ଉପକୂଳ ମୁହାଁ ହୋଇ କ୍ରମେ ଡିପ୍ରେସନର ରୂପ ନେବ । ଏହା ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ । ମେ ୪ ତାରିଖରୁ ୫ ତାରିଖ ମଧ୍ୟରେ ଏହା ସ୍ଥଳପଥ ଛୁଇଁବାର ପୂର୍ବାନୁମାନ କରାଯାଇଛି ।

ଏହାଫଳରେ ଭଦ୍ରକ ଓ ଯାଜପୁରରେ ଅତି ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏପ୍ରିଲ୍ ୨୦୧୯ରେ ଫନି ବାତ୍ୟା ପୁରୀ ଉପକୂଳ ଛୁଇଁଥିଲା । ଏହା ସ୍ଥଳପଥ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୫ ରହିଥିବା ବେଳେ ଏହା ଘଣ୍ଟାପ୍ରତି ୨୦୦ କିମି ବେଗରେ ବହି ଛାରଖାର କରିଦେଇଥିଲା । ୨୦୧୯ ମେ ୩ ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କ୍ଷୟକ୍ଷତି ଘଟାଇଥିଲା ।

Leave A Reply

Your email address will not be published.