Latest Odisha News

ଶକ୍ତି ବିଭାଗରେ ପଶିଲା କରୋନା

ଭୁବନେଶ୍ୱର: ପ୍ରଥମେ ସ୍ବାସ୍ଥ୍ୟ ଆଉ ଏବେ ଶକ୍ତି ବିଭାଗରେ ପ୍ରବେଶ କରିଛି କରୋନା।ଖାରବେଳ ନଗର ସ୍ଥିତ ଶକ୍ତି ବିଭାଗରେ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ ।

ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ବିଭାଗର ଜଣେ ବିତ୍ତ ଅଧିକାର କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ସ୍ୱାସ୍ଥ୍ୟ ବିଭାଗକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ଏହି ଅବଧି ମଧ୍ୟରେ ଏହାକୁ ସାନିଟାଇଜ୍ କରାଯିବା ସହିତ ଅନ୍ୟ କର୍ମଚାରୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.