Latest Odisha News

କରୋନା ଭୟ..ଶବ ସତ୍କାର ପାଇଁ ଆସୁନାହାନ୍ତି ସମ୍ପର୍କୀୟ, ମାଲକାନଗିରିରେ ସ୍ତ୍ରୀ କଲା ସ୍ୱାମୀର ଶବଦାହ

ମାଲକାନଗିରି: କରୋନା ପାଇଁ ନା ସମ୍ପର୍କୀୟ ନା ସାଇପଡିଶା କେହି ବି ନିଜର ହେଉନାହାନ୍ତି । ଏ ରୋଗ ଯେମିତି ମଣିଷ ମଣିଷ ଭିତରେ ସମ୍ପର୍କ ତୁଟାଇବାକୁ ଆସିଛି । ଏପରିକି ଜଣଙ୍କର ଯଦି କରୋନା ଛଡା ଅନ୍ୟ କୌଣସି କାରଣରୁ ବି ମୃତ୍ୟୁ ହେଉଛି ଶବ ସତ୍କାର କରିବାକୁ ବି କେହବି ଆସୁନାହାନ୍ତି । ଏପରି ଏକ ଘଟଣା ଘଟିଛି ମାଲକାନଗିରିରେ । ଏହି ଘଟଣାରେ ମୃତକଙ୍କ ପତ୍ନୀ ନିଜେ ସ୍ୱାମୀର ଶବ ସତ୍କାର କରିଛନ୍ତି ।
ସୂଚନାନୁଯାୟୀ, ମାଥିଲି ବ୍ଲକ ଅନ୍ତର୍ଗତ ମଣ୍ଡାପାଲି ଗାଁର କୃଷ୍ଣ ଚନ୍ଦ୍ର ନାୟକ ଅସୁସ୍ଥ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରୁ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ତେବେ କୋରାପୁଟ ସ୍ଥାନାନ୍ତର ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇ ଥିଲା । କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଥିଲା । ସେଠାରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ତାଙ୍କୁ ଭିସାଖାପାଟଣା ନେବା ପାଇଁ ସ୍ଥିର ହୋଇଥିଲା । ତେବେ ସ୍ଥାନାନ୍ତର ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପରିବାର ଲୋକ ମରଶରୀର ନେଇ ଗାଁକୁ ଫେରିଥିଲେ । ଏହା ପରେ ଏହିଠାରେ ହିଁ ଆରମ୍ଭ ହୋଇଥିଲା ସମସ୍ୟା । ଗାଁ ଲୋକେ, ଜ୍ଞାତି କୁଟୁମ୍ବ କିମ୍ବା ସମ୍ପର୍କୀୟ କେହି ଶବ ସକ୍ରାର କରିବା ପାଇଁ ଆସିଲେ ନାହିଁ । ଶେଷରେ ବାଧ୍ୟହୋଇ କୃଷ୍ଣଙ୍କ ପତ୍ନୀ ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଥିଲେ । ଘଟଣାଟି ବେଶ୍ ହୃଦୟ ବିଦାରକ ହୋଇଥିବା ବେଳେ ସାଧାରଣରେ ଚର୍ତ୍ତାର ବିଷୟ ହୋଇଛି ।

Leave A Reply

Your email address will not be published.