Latest Odisha News

BREAKING NEWS

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ମିଳିଲା ‘ରୁଚି ଦେଶ ଗୌରବ’ ସମ୍ମାନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏକକ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ଚଳିତ ବର୍ଷ ପାଇଁ ମର‌୍ୟ୍ୟାଦାଜନକ ‘ରୁଚି ଦେଶ ଗୌରବ’ ସମ୍ମାନରେ ସମ୍ମାନିତ କରାଯାଇଛି । ଅଗ୍ରଣୀ ଶିଳ୍ପ ଉଦ୍ୟୋଗ ରୁଚି ଫୁଡଲାଇନ୍ର ରୁଚି ପ୍ରତିଭା ଫାଉଣ୍ଡେସନ୍ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଗୁରୁବାର ରୁଚି ପକ୍ଷରୁ ସ୍ୱତନ୍ତ୍ର ରୁଚି ପ୍ରତିଭା ସମ୍ମାନ ସମାରୋହ – ୨୦୨୦ ଭର୍ଚୁଆଲ୍ ଜୁମ୍ ୱେବିନାର୍ ମାଧ୍ୟମରେ ଆୟୋଜିତ ହୋଇଥିଲା । ଏହି ଅବସରରେ ପ୍ରଫେସର ନାୟକଙ୍କୁ ଏହି ସ୍ୱତନ୍ତ୍ର ସମ୍ମାନ ପ୍ରଦାନ
କରାଯାଇଛି । କାର‌୍ୟ୍ୟକ୍ରମ ପୂର୍ବରୁ ରୁଚିର ଅଧ୍ୟକ୍ଷ ଶରତ କୁମାର ସାହୁ ଏବଂ ଅନ୍ୟ ବରିଷ୍ଠ କର୍ମକର୍ତାମାନେ ପ୍ରଫେସର ନାୟକଙ୍କୁ ସ୍ୱତନ୍ତ୍ର ଭାବେ ଭେଟି ସମ୍ବର୍ଦ୍ଧିତ କରିଥିଲେ ।

ଏ ନେଇ ପ୍ରଫେସର ନାୟକ କହିଛନ୍ତି ‘ରୁଚି ଦେଶ ଗୌରବ ସମ୍ମାନ-୨୦୨୦’ ପାଇଁ ମୋତେ ମନୋନୀତ କରାଯାଇଥିବାରୁ ରୁଚି ଫାଉଣ୍ଡେସନ୍‌କୁ ଧନ୍ୟବାଦ ଜଣାଉଛି । ଏହି ସମ୍ମାନ କାର‌୍ୟ୍ୟକ୍ରମ ବହୁ ବର୍ଷ ଧରି ଆୟୋଜିତ ହୋଇଆସୁଛି । ଏଭଳି ସମ୍ମାନ କାମ କରିବା ପାଇଁ ଆଗକୁ ଅଧିକ ଉତ୍ସାହ ଯୋଗାଇବ ।’

Leave A Reply

Your email address will not be published.