Latest Odisha News

ଦିଲ୍ଲୀରେ ଉପରାଜ୍ୟପାଳଙ୍କ ଅଫିସରେ ଫୁଟିଲା କରୋନା ବମ୍‌, ୧୩ କର୍ମଚାରୀ ପଜିଟିଭ

ଦିଲ୍ଲୀ: ଦିଲ୍ଲୀରେ କରୋନାରେ ନିୟନ୍ତ୍ରଣକୁ ଆସୁ ନାହିଁ । ମଙ୍ଗଳବାର ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ଅଫିସରେ ୧୩ କର୍ମଚାରୀ ଏଥିରେ ଆକ୍ରାନ୍ତ ଥିବା ଜଣାପଡିଛି । ଅନ୍ୟ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି । ଉପ ରାଜ୍ୟପାଳ କରୋନା ନେଇ ଏକ ବୈଠକରେ ଆୟୋଜନ କରିଥିଲେ । ଏଠାରୁ କରୋନା ସଂକ୍ରମଣ ବ୍ୟାପିଥିବା ଅନୁମାନ କରାଯାଇଛି ।

ଉପରାଜ୍ୟପାଳ କରୋନା ଆକ୍ରାନ୍ତ ଥିବା ନେଇ କୌଣସି ରିପୋର୍ଟ ଆସି ନାହିଁ । ରାଜ ନିବାସ ମାର୍ଗରେ ପୋଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ ୯୯୦ କରୋନା କେସ୍ ଆସିଛି । ଓଭରାଲ ୨୦୮୩୪ ଆକ୍ରାନ୍ତ ଥିବା ବେଳେ ୫୨୩ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.