Latest Odisha News

BREAKING NEWS

ନୂଆ ଫିଚର ସହ ଆସୁଛି ହ୍ଵାଟସଆପ; ଏକାସାଙ୍ଗରେ ୫୦ ଜଣଙ୍କୁ କରିପାରିବେ ଭିଡ଼ିଓ କଲ!

ଭୁବନେଶ୍ୱର: ଗ୍ରାହକଙ୍କୁ ନିଜ ସହ ବାନ୍ଧି ରଖିବାକୁ କ୍ରମାଗତ ନୂଆ ନୂଆ ଫିଚର୍ସ୍ ନେଇ ଆସୁଛି ହ୍ଵାଟ୍ସଆପ ଆପ। ନିକଟରେ ଏହି ମେସେଞ୍ଜର ଆପ ଏକ ନୂଆ ରୁମ୍ସ ଫିଚର ଆରମ୍ଭ କରୁଛି । ଏଥିରେ ୟୁଜର୍ସ ଏକା ସାଙ୍ଗରେ ଗୋଟିଏ ଭିଡିଓ କଲରେ ୫୦ ଲୋକଙ୍କ ସହିତ ଯୋଡି ହୋଇପାରିବେ । ହ୍ୱାଟ୍ସଆପର ଆଣ୍ଡ୍ରଏଡ୍ ଭର୍ସନରେ ଧିରେ ଧିରେ ଏହି ରୁମ୍ସ ଫିଚର ଆରମ୍ଭ ହୋଇଯାଇଛି ।

ନୂଆ ରୁମ୍ସ ଇଣ୍ଟିଗ୍ରେସନରୁ ହ୍ୱାଟ୍ସଆପ୍ ୟୁଜର୍ସ କଲ୍ ଆରମ୍ଭ ମଧ୍ୟ କରିପାରିବା ସହ ଯେକୌଣସି ରୁମ୍ସରେ ଜଏନ୍ ମଧ୍ୟ କରିପାରିବେ ।
ଆସନ୍ତୁ ଜାଣିବା କିପରି ଆପଣ ଏକାଠି ୫୦ ଲୋକଙ୍କ ସହିତ ଭିଡିଓ କଲରେ ଯୋଡି ହୋଇ ପାରିବେ …

ସୂଚନାଯୋଗ୍ୟ, ହ୍ୱାଟ୍ସଆପ୍ ଗ୍ରୁପ୍ ଭିଡିଓ କଲ୍ସ ଭଳି ଭିଡିଓ କଲ୍ ଫିଚର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟଡ ନାହିଁ ।

*ଆପଣଙ୍କ ଫୋନରେ ହ୍ୱାଟ୍ସଆପର ଲାଟେଷ୍ଟ ଭର୍ସନ ରହିଥିବା ଜରୁରୀ

*ଷ୍ଟ୍ରଙ୍ଗ ଇଣ୍ଟରନେଟ୍ କନେକ୍ସନ ମଧ୍ୟ ଥିବା ଆବଶ୍ୟକ

*ଫେସବୁକ୍ ମେସେଞ୍ଜରର ମଧ୍ୟ ଲାଟେଷ୍ଟ ଭର୍ସନ ଥିବା ଆବଶ୍ୟକ

ଜାଣନ୍ତୁ, ପ୍ରଥମେ ହ୍ୱାଟ୍ସଆପରେ ରୁମ୍ କ୍ରିଏଟ୍ କେମିତି କରିବା…

ପ୍ରଥମେ ହ୍ୱାଟ୍ସଆପ ଖୋଲନ୍ତୁ ଏବଂ ଏହା ଉପରେ ଥିବା କଲ୍ ଟ୍ୟାବ୍ କୁ ଯାଆନ୍ତୁ

ବର୍ତ୍ତମାନ ‘କ୍ରିଏଟ ରୁମ’ ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ।

ଏବେ ମେସେଞ୍ଜର ଅପ୍ସନରେ ‘କଣ୍ଟିନ୍ୟୁ ଉପରେ ଟ୍ୟାପ୍ କରନ୍ତୁ।

ଏବେ ଆପଣଙ୍କୁ ମୋବାଇଲ୍ ବ୍ରାଉଜର ମାଧ୍ୟମରେ ମେସେଞ୍ଜର କିମ୍ବା ମେସେଞ୍ଜର ୱେବସାଇଟ୍ ଉପରେ ରିଡାଇରେକ୍ଟ କରିଦିଆଯିବ । ଏମିତି କାରଣ ରୁମ୍ ଫିଚର ହ୍ୱାଟ୍ସଆପ୍ ବାହାରେ କାମ କରିଥାଏ ।

ବର୍ତ୍ତମାନ ‘ଟ୍ରାଏ ଇଟ’ ଉପରେ ଟ୍ୟାପ୍ କରନ୍ତୁ
ଏହା ପରେ ପୁଣି କ୍ରିଏଟ୍ ରୁମସ୍ କୁ ଯାଇ ରୁମ ନାଁ ଇଣ୍ଟର କରନ୍ତୁ

ରୁମ୍ସକୁ କଷ୍ଟମାଇଜ୍ କରିବା ପାଇଁ ଆପଣ ରୁମ୍ସ ଆକ୍ଟିଭିଟି ଉପରେ ମଧ୍ୟ ଟ୍ୟାପ୍ କରିପାରିବେ।

ଏହା ପରେ ‘Send Link on WhatsApp ‘ଉପରେ ଟ୍ୟାପ୍ କରନ୍ତୁ ।

ଏଥିରେ ହ୍ୱାଟ୍ସଆପ୍ ରିଓପନ ହୋଇଯିବ ।
ବର୍ତ୍ତମାନ ଆପଣଙ୍କୁ ସର୍ଚ୍ଚ କରି ଏଠାରେ କଣ୍ଟାକ୍ଟ ଆଡ୍ କରିବାକୁ ପଡିବ । ଏହା ପରେ ସେୟାର କରିବା ପାଇଁ ‘ଆରୋ’ ବଟନ୍ ଉପରେ ଟ୍ୟାପ୍ କରନ୍ତୁ ।

Leave A Reply

Your email address will not be published.