ଭୁବନେଶ୍ବର : ବଢୁଛି କରୋନା ସଂକ୍ରମଣ । ଆଜି ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୩କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଟେଷ୍ଟିଂ ବଢାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ ବଢୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବି ବୃଦ୍ଧି ପାଉଛି । ତେଣୁ ଏହାକୁ ନ ଡରି ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଏକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଥିଲା । ବୟସ୍କ ହୁଅନ୍ତୁ କିମ୍ବା ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତି ହୁଅନ୍ତୁ । ସମସ୍ତେ ମାସ୍କ ପରିଧାନ କରିବା ଲାଗି ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଥଣ୍ଡା ର ସମୟ ହୋଇଥିବାରୁ ଏହା ଅଧିକ ବ୍ୟାପିବାର ଆଶଙ୍କା ରହିଛି ।
ତେଣୁ ଜନଗହଳି ସ୍ଥାନକୁ ନଯିବା ଓ ବାହାରକୁ ଯାଉଥିଲେ ମାସ୍କ ପିନ୍ଧି ଯିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୬୯୦ ଜଣ ସଂକ୍ରମିତଙ୍କ ନମୂନା ସଂଗ୍ରହ କରାଯାଇଥିବେଳେ, ସେମାନଙ୍କ ମଧ୍ୟରୁ ୫ଜଣ ସଂକ୍ରମିତ ଥିବା ଜଣାପଡ଼ିଛି ।
Comments are closed.