Latest Odisha News

BREAKING NEWS

ୟୁପିରେ ମିଳିଲା କପ୍ପା ଭ୍ୟାରିଆଂଟର ପ୍ରଥମ କେସ୍‌

ଲକ୍ଷ୍ନୌ: ଉତରପ୍ରଦେଶରେ କରୋନା ମହାମାରୀ ଚିନ୍ତା ବଢ଼ାଇଛି । ଗୁରୁବାର ଏଠାରେ କପ୍ପା ଭ୍ୟାରିଆଂଟର ପ୍ରଥମ କେସ୍ ମିଳିଛି । ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ତଥ୍ୟ ଦେବା ପାଇଁ ପ୍ରଶାସନ ବିଆରଡି ମେଡିକାଲ କଲେଜରକୁ କହିଛନ୍ତି । ଇତି ମଧ୍ୟରେ ସଂକ୍ରମିତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଏବଂ ସେ କାହା ସଂସ୍ପର୍ଶରେ ଆସିଛନ୍ତ ତାହାର ଡାଟା ସଂଗ୍ରହ କରାଯାଇ ସାରିଛି ।

ବି.୧.୬୧୭ରୁ ଏହି ଭ୍ୟାରିଆଂଟର ଉତ୍ପତି । ଏହି ମ୍ୟୁଟେଶନରୁ କରୋନା ମାରାତ୍ମକ ରୂପ ନେଉଛି । ଭାରତରେ ଦ୍ୱିତୀୟ ଲହରୀ ପଛରେ ଏହି ମ୍ୟୁଟାଟାଂଟ ମୂଖ୍ୟତଃ ଦାୟୀ । କିଛି ଦିନ ତଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଭ୍ୟାରିଆଂଟ ଅଫ ଇଂଟ୍ରେଷ୍ଟ ଘୋଷଣା କରିଛି ।

Leave A Reply

Your email address will not be published.