Latest Odisha News

ପଶ୍ଚିମ ଓଡ଼ିଶାରୁ ୫ ସାଂସଦ, କାହାକୁ ବି ମିଳିଲାନି ଟିମ୍ ମୋଦିରେ ସ୍ଥାନ

ନୂଆଦିଲ୍ଲୀ: ଦ୍ୱିତୀୟ ପାଳି ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରାଟ ଅଦଳବଦଳ କରିଛନ୍ତି । କେନ୍ଦ୍ର କ୍ୟାବିନେଟରେ ଏବେ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୭୮ ମନ୍ତ୍ରୀ ଅଛନ୍ତି । ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି ଅନେକ ନୂଆ ଚେହେରା ସାମିଲ ହୋଇଛନ୍ତି । ଓଡ଼ିଶାରୁ ଦୁଇ ଜଣଙ୍କୁ ମନ୍ତ୍ରୀ କରାଯାଇଛି । ରାଜ୍ୟବାସୀଙ୍କ ପାଇଁ ବଡ଼ ଉପଲବ୍ଧି । କିନ୍ତୁ ପଶ୍ଚିମ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ଏବେ ଚର୍ଚ୍ଚା ହେଉଛି ।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଚର୍ଚ୍ଚା ହେଉଥିଲା ଏଥର ମନ୍ତ୍ରିମଣ୍ଡଳ ଅଦଳବଦଳରେ ପଶ୍ଚିମ ଓଡ଼ିଶାରୁ ଜଣଙ୍କୁ ମନ୍ତ୍ରୀ କରିପାରନ୍ତି ପ୍ରଧାନମନ୍ତ୍ରୀ । ରେସରେ ଆଗରେ ଥିଲେ ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓଙ୍କ ନାଁ । ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ୫ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

ପଶ୍ଚିମ ଓଡ଼ିଶାରୁ ସାଂସଦ ଅଛନ୍ତି ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା, ନୀତେଶ ଗଙ୍ଗଦେବ ଓ ଜୁଏଲ ଓରାମ୍ । ଏମାନଙ୍କ ଭିତରୁ ମୋଦିଙ୍କ ପ୍ରଥମ ପାଳି ସରକାରରେ ଜୁଏଲ୍ ଓରାମ୍ ମନ୍ତ୍ରୀ ଥିଲେ । ଏଥର ସମ୍ପ୍ରସାରଣରେ ଜୁଏଲ୍ ଓରାମ୍ କିମ୍ବା ସଙ୍ଗୀତା ସିଂହଦେଓଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେମିତି କିଛି ହେଲାଣି । ୫ ସାଂସଦ ଥିଲେ ବି ଜଣଙ୍କୁ ବି ମନ୍ତ୍ରୀ ପଦ ମିଳିଲାନି ।

ପୁଣି ଥରେ ନିରାଶ ହୋଇଛି ପଶ୍ଚିମ ଓଡ଼ିଶା । ଦ୍ୱିତୀୟ ଇନିଂସ ଆରମ୍ଭରେ ପଶ୍ଚିମ ଓଡ଼ିଶାରୁ କାହାକୁ ନିଜ ଟିମରେ ରଖି ନଥିଲେ ପ୍ରଧାନମନ୍ତ୍ରୀ । ଆଗକୁ ରାଜ୍ୟରେ ପୌର ଓ ପଞ୍ଚାୟତ ଭୋଟ୍ ଅଛି । ତାପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ପଶ୍ଚିମ ଓଡ଼ିଶାରୁ କାହାକୁ ସୁଯୋଗ ନମିଳିବା ଭୋଟ୍ ବ୍ୟାଙ୍କ ଉପରେ ପ୍ରଭାବର ପକାଇପାରେ ବୋଲି ରାଜନୀତି ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।

Leave A Reply

Your email address will not be published.