Latest Odisha News

BREAKING NEWS

‘ଶୀତ ଋତୁରେ ସଂକ୍ରମଣ ବଢିବା ସମ୍ଭାବନା ଅଧିକ’

ଭୁବନେଶ୍ୱର: ଯେହେତୁ କରୋନା ଭୂତାଣୁକୁ ଥଣ୍ଡା ପରିବେଶ ସୁହାଇଥାଏ, ତେଣୁ ଶୀତଋତୁରେ ସଂକ୍ରମଣ ବଢିବା ସମ୍ଭାବନା ଅଧିକ । ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ, ପର୍ବପର୍ବାଣୀରେ ଆମକୁ ସଚେତନ ରହି ନିୟମ ମାନିବାକୁ ପଡିବ । ନିର୍ବାଚନରେ ମଧ୍ୟ ନିୟମ ରକ୍ଷା କରିବାକୁ ପଡିବ । ଆମ ଦେଶ ଓ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଯାହାକି ଭଲ ଖବର । କିନ୍ତୁ ଯଦି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହୁଏ ତେବେ ତାହା ବିପଜ୍ଜନକ ବୋଲି ଡାକ୍ତର ଆଶଙ୍କା କରିଛନ୍ତି ।

ଡାକ୍ତର ନିରୋଜ ମିଶ୍ରଙ୍କ ସୂଚନା ଅନୁସାରେ, ଇଉରୋପରେ ଥଣ୍ଡା ପାଗ ପାଇଁ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି, ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି । ତେବେ ଆମ ରାଜ୍ୟରେ ବର୍ତ୍ତମାନ ବଢୁଥିବା ମୃତ୍ୟୁସଂଖ୍ୟା ଚିନ୍ତାର ବିଷୟ ନୁହେଁ । ଯେଉଁମାନେ ପୂର୍ବରୁ ଗୁରୁତର ଥିଲେ ଏବଂ ଭେଂଟିଲେଟରରେ ଥିଲେ ସେମାନଙ୍କ ମୃତ୍ୟୁ ହେଉଥାଇପାରେ ବୋଲି ସେ କହିଛନ୍ତି । ସେପଟେ ବିକଳ୍ପ ବ୍ୟବସ୍ଥା ନହେବା ଯାଏ ପ୍ଲାଜମା ଥେରାପି ଓ ରେମଡିସିଭର ଚିକିତ୍ସା ବନ୍ଦ କରାଯିବା ଉଚିତ ନୁହେଁ ବୋଲି ସେ ମତ ରଖିଛନ୍ତି ।

Leave A Reply

Your email address will not be published.