Latest Odisha News

BREAKING NEWS

ଯାଜପୁରରେ ୬୧ ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୬୧ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏଥିରେ ଯାଜପୁର ଏସ.ପି ଚରଣ ସିଂ ମିନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହୀଦ ମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ସହ ଭାରତର ବିଭିନ୍ନ ରାଜ୍ୟର ସହୀଦଙ୍କ ନାମ ପାଠ କରିଥିଲେ ।

ସ୍ବତନ୍ତ୍ର ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଏହି ଉତ୍ସବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ୍, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଏସ.ପି, ଡି.ଏସ.ପି, ଏସ.ଡି.ପି.ଓ ଓ ବିଭିନ୍ନ ଥାନାର ଥାନା ଅଧିକାରୀ ମାନେ ସାମିଲ ହୋଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

ପୋଲିସର ତ୍ୟାଗ ପାଇଁ ସମସ୍ତେ ଶାନ୍ତିରେ ନିଶ୍ବାସ ନେଉଛନ୍ତି ଏବଂ ସେଥିପାଇଁ ସେହି ସହୀଦ ପରିବାରକୁ ସମ୍ମାନ ମିଳିବା ଆବଶ୍ୟକ ବୋଲି ଏସ.ପି ଶ୍ରୀ ମୀନା ମତ ଦେଇଥିଲେ । ଏହି ଅବସରରେ ସମ୍ମିଳିତ ପ୍ୟାରେଡରେ ଏସ.ପି ଶ୍ରୀ ମୀନା ଅଭିବାଦନ ଗ୍ରହଣ କରିବା ସହିତ ସହୀଦ ସୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଏହି ଅବସରରେ ଯାଜପୁର ଜିଲ୍ଲାର ସହୀଦ ମାନଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.