Latest Odisha News

ଦେଶରେ କମ ରହିଛି କରୋନା ମୃତ୍ୟୁହାର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁରା ଦେଶକୁ କବଳିତ କରିଛି ମହାମାରୀ କରୋନା । ଚାରିଆଡେ କରୋନା ପାଇଁ ହା ହା କାର ପରିସ୍ଥିତି । ଏବେ ଯାଏଁ ବିଶ୍ୱରେ କରୋନାରେ ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ସେଥିମଧ୍ୟରୁ ୨ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବିଶ୍ୱର ୨୧୫ଟି ଦେଶ କରୋନା ଦ୍ୱାରା ପ୍ରଭାବିତ ହୋଇଛି । ତେବେ ଏସବୁ ସତ୍ତ୍ୱେ ଦେଶର ସ୍ଥିତି ଭଲ ରହିଛି । ଏନେଇ ଆଜି କରୋନା ସ୍ଥିତି ସମୀକ୍ଷା ପରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।

ସେ କହିଛନ୍ତି ଯେ, ଦେଶରେ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହାର ବଢ଼ିବାରେ ଲାଗିଛି । ଆଜି ଆରୋଗ୍ୟ ହାର ୩୧.୭ ପ୍ରତିଶତ ରହିଛି । ସେହିପରି ଅନ୍ୟଦେଶ ଅପେକ୍ଷା ଆମ ଦେଶରେ ମୃତ୍ୟୁହାର କମ ରହିଛି ବୋଲି ସେ କହିଛନ୍ତି ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ୭୫୬ରେ ପହଞ୍ଚିଥିବା ବେଳେ କେବଳ ୦.୪୧ ପ୍ରତିଶତ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ରହିଛି । ସେହିଭଳି ୧.୨ ପ୍ରତିଶତ ଆକ୍ରାନ୍ତ ଅକ୍ସିଜେନ୍ ଆବଶ୍ୟକ କରୁଛନ୍ତି । ୨ ପ୍ରତିଶତ କରୋନା ସଂକ୍ରମିତ ଆଇସିୟୁ ସର୍ପୋଟ ଆବଶ୍ୟକ କରୁଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.