Latest Odisha News

BREAKING NEWS

ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର: ଗତ ୨୪ ଘଣ୍ଟାରେ ବାହାରିନି କୌଣସି କରୋନା ନୂଆ ଷ୍ଟ୍ରେନ୍‌ ମାମଲା

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ଏକ ଆଶ୍ୱସ୍ତିକର ଖବର ସାମ୍‌ନାକୁ ଆସିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ୍ ହେବାର କୌଣସି ମାମଲା ହୋଇନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର ଏହାର ସୂଚନା ଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୯୦ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ବ୍ରିଟେନର ନୂତନ କରୋନା ଷ୍ଟ୍ରେନ୍ ବିଷୟରେ ସୂଚନା ସାମ୍ନାକୁ ଆସିବା ପରେ ସରକାର ଗତ ବର୍ଷ ଡିସେମ୍ବର ୨୨ ରୁ ବ୍ରିଟେନରୁ ଭାରତକୁ ଆସୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିମାନ ଚଳାଚଳ ୮ ଜାନୁୟାରୀରୁ ଆରମ୍ଭ ହୋଇଛି। ଭାରତ ଏବଂ ବ୍ରିଟେନ୍‌ ମଧ୍ୟରେ ଯାତ୍ରୀମାନଙ୍କୁ ବିମାନ ଚଳାଚଳକୁ ନେଇ ନୂଆ ନିୟମ ଲାଗୁ ହୋଇଛି। ବିମାନରେ ଚଢିବା ପୂର୍ବରୁ ଯାତ୍ରୀମାନଙ୍କୁRT-PCR ପରୀକ୍ଷା ଦେବାକୁ ପଡିବ।

Leave A Reply

Your email address will not be published.