Latest Odisha News

BREAKING NEWS

ଏଥର ଭାରତରେ ପ୍ରସ୍ତୁତ ହେବ ରାଫେଲ, ପାନ୍ଥର ହେଲିକପ୍ଟର

ନୂଆଦିଲ୍ଲୀ: ଫ୍ରାନ୍ସ ରବିବାର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଏକ ବହୁତ ବଡ ଅଫର ଦେଇଛି । ଏହା ମାଧ୍ୟମରେ ରାଫେଲ ବିମାନ ଓ ପାନ୍ଥର ହେଲିକପ୍ଟର ଭାରତରେ ଆସେମ୍ବଲ କରାଯିବ । ଏଥିଯୋଗୁ ଖର୍ଚ୍ଚ କମିବା ସହ ମେକ ଇନ ଇଣ୍ଡିଆ ଅଭିଯାନକୁ ଆଗକୁ ବଢ଼ାଇବାରେ ସହାୟ ହେବ । ଦୁଇ ଦେଶ ପରସ୍ପର ମଧ୍ୟରେ ଟେକ୍ନୋଲୋଜି ଟ୍ରାନ୍ସଫର କରିବା ନେଇ ଆଲୋଚନା ମଧ୍ୟ କରିଛନ୍ତି ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ପରାମର୍ଶଦାତା ଇମାନୁଏଲ ବନ୍ ଦିଲ୍ଲୀରେ ଥିବା ବେଳେ ଏ ନେଇ ବିଚାର ବିମର୍ଶ ହୋଇଥିଲା । ଫ୍ରାନ୍ସରୁ ଭାରତ ଅଧିକ ରାଫେଲ ବିମାନ କିଣିବାକୁ ଥିବାରୁ ଏହାକୁ ଏଠାରେ ଆସେମ୍ବଲ କଲେ ସମୟ ଓ ଅର୍ଥ ଅପଚୟରୁ ଉଭୟ ଦେଶ ବଂଚିପାରିବେ ।

Leave A Reply

Your email address will not be published.