ନୂଆଦିଲ୍ଲୀ: ଇରାନ ନାଗରିକଙ୍କ ପାଇଁ ଜାରି ହୋଇଥିବା ଭିସା ବାତିଲ କରିଛି ଭାରତ । କରୋନା ଭାଇରସର ବଢ଼ୁଥିବା ଭୟକୁ ଦେଖି ଭାରତ ଏଭଳି ନିଷ୍ପତି ନେଇଛି ।
ସୂଚନାଯୋଗ୍ୟ ଯେ, ଚୀନ୍ ପରେ କରୋନା ଭାଇରସର କାୟା ଇରାନ୍କୁ ବିସ୍ତାର ହୋଇଛି । ଏହି ସଂକ୍ରମଣରେ ଏବେ ଇରାନ୍ରେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାର ଲାଗିଛି । ଇରାନରେ ଏଯାଏଁ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୫୧ ଜଣ ଲୋକ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ସଂକ୍ରମିତ ହୋଇଛନ୍ତି ।
ଇରାନ ନାଗରିକ ଏବଂ ଫେବୃଆରୀ ୧ ପରେ ଇରାନ ଯାତ୍ରା ପାଇଁ ବିଦେଶୀ ନାଗରିକଙ୍କ ଜାରି କରିଥିବା ଭିସା ଓ ଇଭିସା ବାତିଲ କରି ଦିଆଯାଇଥିବା ନେଇ ବ୍ୟୁରୋ ଅଫ୍ ଇମିଗ୍ରେସନ ସୋମବାର ଏକ ବୟାନ ଜାରି କରିଛି । ଇରାନରେ ବଡ ସଂଖ୍ୟାରେ ଭାରତୀୟମାନେ ଫସି ରହିଥିବା ସୂଚନା ମିଳିଛି । ଏଥିରେ ଛାତ୍ର, ମତ୍ସ୍ୟଜୀବୀ ଓ ତୀର୍ଥଯାତ୍ରୀ ମଧ୍ୟ ସାମିଲ ଅଛନ୍ତି । ଏହି ଭାତରୀୟଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ।
BREAKING NEWS
- Pneumonia In Winter: ଶୀତ ଦିନେ ଆପଣଙ୍କ ପିଲାଙ୍କୁ ବି ହୋଇପାରେ ନିମୋନିଆ?, ଅଣଦେଖା କରନ୍ତୁ ନାହିଁ ଏହି ଲକ୍ଷଣ…ଭାରି ବିପଦପୂର୍ଣ୍ଣ…
- ନୂଆ ଅନ୍ଦାଜରେ ଅମୃତା ଖାନଭିଲକର,‘ତସ୍କରୀ’ର ଟ୍ରେଲର୍ ଆଉଟ୍
- Dantewada Naxalites surrender: ୬୩ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା କୋଟିଏରୁ ଅଧିକ ପୁରସ୍କାର ରାଶି
- Tara And Veer Breakup: ଅଲଗା ହୋଇଗଲେ ତାରା ବୀର?, ଏପି ଧିଲୋନଙ୍କ ସହ କନସର୍ଟ ଭାଇରାଲ ପରେ ବଢିଲା ଚର୍ଚ୍ଚା…
- ଆସନ୍ତା ମାସରେ ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି
- ଦିଗପହଣ୍ଡି ମର୍ମନ୍ତୁଦ ଦୁର୍ଘଟଣା, ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- Cross border Drug Racket: ମିଆଁମାର ସୀମାରେ NCBକୁ ବଡ ସଫଳତା; ସାବୁନ ଖୋଳରୁ ମିଳିଲା ୧୫ କୋଟି ମୂଲ୍ୟର ହେରୋଇନ୍
- ରୋହିତଙ୍କୁ ସମସ୍ତଙ୍କ ଆଗରେ ଜୟ ଶାହ କହିଲେ ଭାରତର ଅଧିନାୟକ
- ଜାନୁଆରୀରେ ମିଳିବ ୧୦ ଲକ୍ଷ ପକ୍କା ଘର: ମନ୍ତ୍ରୀ
- ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନିୟମରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର
Comments are closed.