Latest Odisha News

BREAKING NEWS

ଇରାନ ନାଗରିକଙ୍କୁ ଜାରି ହୋଇଥିବା ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ଇରାନ ନାଗରିକଙ୍କ ପାଇଁ ଜାରି ହୋଇଥିବା ଭିସା ବାତିଲ କରିଛି ଭାରତ । କରୋନା ଭାଇରସର ବଢ଼ୁଥିବା ଭୟକୁ ଦେଖି ଭାରତ ଏଭଳି ନିଷ୍ପତି ନେଇଛି ।
ସୂଚନାଯୋଗ୍ୟ ଯେ, ଚୀନ୍ ପରେ କରୋନା ଭାଇରସର କାୟା ଇରାନ୍‌କୁ ବିସ୍ତାର ହୋଇଛି । ଏହି ସଂକ୍ରମଣରେ ଏବେ ଇରାନ୍‌ରେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାର ଲାଗିଛି । ଇରାନରେ ଏଯାଏଁ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୫୧ ଜଣ ଲୋକ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ସଂକ୍ରମିତ ହୋଇଛନ୍ତି ।
ଇରାନ ନାଗରିକ ଏବଂ ଫେବୃଆରୀ ୧ ପରେ ଇରାନ ଯାତ୍ରା ପାଇଁ ବିଦେଶୀ ନାଗରିକଙ୍କ ଜାରି କରିଥିବା ଭିସା ଓ ଇଭିସା ବାତିଲ କରି ଦିଆଯାଇଥିବା ନେଇ ବ୍ୟୁରୋ ଅଫ୍ ଇମିଗ୍ରେସନ ସୋମବାର ଏକ ବୟାନ ଜାରି କରିଛି । ଇରାନରେ ବଡ ସଂଖ୍ୟାରେ ଭାରତୀୟମାନେ ଫସି ରହିଥିବା ସୂଚନା ମିଳିଛି । ଏଥିରେ ଛାତ୍ର, ମତ୍ସ୍ୟଜୀବୀ ଓ ତୀର୍ଥଯାତ୍ରୀ ମଧ୍ୟ ସାମିଲ ଅଛନ୍ତି । ଏହି ଭାତରୀୟଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ।

Leave A Reply

Your email address will not be published.