Latest Odisha News

BREAKING NEWS

କରୋନା ପକାଇଛି ରୋଜଗାରରେ ବେଡି; ଦୁର୍ଦ୍ଦିନରେ ଶତାଧିକ ମୋଚି ପରିବାର

ଯାଜପୁର: କରୋନା ସଂକ୍ରମଣ ରୋକିବାକୁ ଲାଗୁହେଲା ଲକଡାଉନ୍ ଓ ସଟଡାଉନ୍ ଆଦି ନାନା କଟକଣା । ହେଲେ ଏହା ଛଡାଇ ନେଲା ରୋଜଗାର । ଏବେ ନିଜ ଭବିଷ୍ୟତକୁ ନେଇ ଯାଜପୁର ବ୍ୟାସନଗର ସହରାଂଚଳର ଶତାଧିକ ମୋଚି ପରିବାର । ବର୍ଷ ବର୍ଷ ଧରି ଜୋତା ଚପଲ ଓ ବ୍ୟାଗ୍ ଆଦି ମରାମତି କରି ଯାହା ରୋଜଗାର ହୁଏ ସେଥିରେ ଏମାନେ ନିଜ ଗୁଜୁରାଣ ମେଂଟାଉଥିଲେ । ହେଲେ କରୋନା ଜନିତ କଟକଣା ପାଇଁ ଏବେ ଫିକା ପଡିଛି ବ୍ୟବସାୟ ।

ତାଲାବନ୍ଦ ପାଇଁ ପ୍ରାୟ ୩ ମାସ ହେବ ରୋଜଗାର ପୁରା ଠପ୍ ହୋଇଯାଇଛି । ଫଳରେ ବର୍ତମାନ ଅତି ଦୟନୀୟ ସ୍ଥିତିରେ ଜୀବନ କାଟୁଛନ୍ତି ଏମାନେ । ରୋଜଗାର ନଥିବାରୁ ପରିବାର ପ୍ରତିପୋଷଣ କରିବା ଏବେ କଷ୍ଟକର ହୋଇପଡିଛି । ଏଭଳି ପରିସ୍ଥିତିରେ ଆଗକୁ କେମିତି ଦିନ କଟିବ ତାକୁ ନେଇ ଚିନ୍ତା ବଢିଯାଇଛି । ଅନ୍ୟର ଛିଣ୍ଡା ଜୋତା ସଜାଡୁଥିବା ଏହି ମୋଚି ଏବେ ଜୀବନ ଓ ଜୀବିକା ନେଇ ସରକାରଙ୍କ ସହାୟତାକୁ ଚାହିଁ ବସିଛନ୍ତି ।

ସେପଟେ ଏହି ମୋଚି ମାନଙ୍କୁ ତୁରନ୍ତ ସରକାର ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବି ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.