Latest Odisha News

BREAKING NEWS

ବଡ଼ଠାକୁରଙ୍କ ପ୍ରଳମ୍ବାସୁର ବଦ୍ଧ ବେଶ

ପୁରୀ: ଭାଦ୍ରବ କୃଷ୍ଣ ଦ୍ୱାଦଶୀ ଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ପରେ ଶ୍ରୀବଳଭଦ୍ରଙ୍କର ପ୍ରଳମ୍ବାସୁର ବଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ ! ପ୍ରଳମ୍ବାସୁର ବଧ ବେଶରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରନ୍ତି ! ବଳଭଦ୍ର ଦେବଙ୍କର ଦୁଇ ହସ୍ତରେ ହଳ,ମୂଷଳ ଶୋଭାପାଏ ! ପ୍ରାୟ ୪ଫୁଟ ଉଚ୍ଚର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନସ୍ଥ ବଳଭଦ୍ର ଦେବଙ୍କର ନିମ୍ନ ଭାଗରେ ରଖାଯାଇଥାଏ ! ସେହି ଅସୁରର ସ୍କନ୍ଧ ଏବଂ ଦୁଇ ଭୂଜରେ ବଳଭଦ୍ର ବସିଥିବା ଭଳି ଏ ବେଶରୁ ସ୍ପଷ୍ଟ ହୁଏ ! ଏହି ବେଶରେ ଜଗନ୍ନାଥ ବଲ୍ଲଭ ମଠରୁ ଆସିଥିବା ଦୁଇଗୋଟି ବଡ କୋରା ଶ୍ରୀହସ୍ତରେ ଲାଗି ହୁଅନ୍ତି !

ଏହି ବେଶରେ ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇ ସଂନ୍ଧ୍ୟାଧୂପ ସରିବାଯାଏଁ ରହିଥାଏ ! ସନ୍ଧ୍ୟାଧୁପ ପରେ ରାମକୃଷ୍ଣ ଦକ୍ଷିଣି ଘରୁ ସିଂହାସନକୁ ବିଜେ ହୋଇ ଆଜ୍ଞାମାଳ ପ୍ରାପ୍ତ ପୂର୍ବକ ମହାଜନ ସେବକଙ୍କ ହସ୍ତରେ ଜଗମୋହନସ୍ଥିତ ଖଟ ଉପରେ ବିଜେ କରିଥାନ୍ତି ! ଏଠାରେ ଦୋଳମଣ୍ତପ ସାହି ଲୋକ ପ୍ରଳମ୍ବାସୁର ବଦ୍ଧ ପ୍ରସ୍ତାବ ( ଅର୍ଥାତ୍ ବଦ୍ଧ ଲୀଳା ) କରନ୍ତି !

Leave A Reply

Your email address will not be published.