Latest Odisha News

BREAKING NEWS

ବିଶ୍ୱରେ କରୋନା ଏବେ ବିପଦଜନକ ପର୍ଯ୍ୟାୟରେ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା: ସମଗ୍ର ବିଶ୍ୱରେ ବ୍ୟାପୀ ଯାଇଛି କରୋନା ଭୂତାଣୁ । ବିଶ୍ୱବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଏବେ ପରିସ୍ଥିତି ଜଟିଳ । ଜେନେଭାଠାରେ ଅବସ୍ଥିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ମୁଖ୍ୟ କାର୍ଯ୍ୟାଳୟଠାରେ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍‌ ସୂଚନା ଦେଇ କହିଛନ୍ତି ଯେ, କରୋନା ମହାମାରୀ ସଂକ୍ରମଣ ଯୋଗୁଁ ସାରା ବିଶ୍ୱ ଏବେ ନୂଆ ଓ ବିପଦଜନକ ଅବସ୍ଥାରେ ରହିଛି ।

ଅଧିକ ପଢନ୍ତୁ: ଭାଙ୍ଗିଲା ରେକର୍ଡ, ଗୋଟିଏ ଦିନରେ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ

ସାରା ବିଶ୍ୱରେ ବ୍ୟାପକ ଭାବେ ଏହି ଭୂତାଣୁ ସଂକ୍ରମିତ ହେବାରେ ଲାଗିଛି । ଏବେ ମଧ୍ୟ ଏହି ମହାମାରୀ ମାରାତ୍ମକ ହୋଇ ରହିଛି । ତେଣୁ ଆଗକୁ ଆହୁରି ଅଧିକ ଲୋକ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛନ୍ତି ଡବ୍ଲୁଏଚଓର ମହା ନିର୍ଦ୍ଦେଶକ ।

ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ପରି ଏବେ ଦକ୍ଷିଣ ଏସିଆ ଏବଂ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକରେ ସଂକ୍ରମଣ ବଢିବାରେ ଲାଗିଛି । ସମଗ୍ର ବିଶ୍ୱରେ ଏବେ ୮.୪ ନିୟୁତ ଲୋକ ଭୂତାଣୁ ସଂକ୍ରମିତ ହୋଇସାରିଛନ୍ତି । ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ପାଖାପାଖି ୪ ଲକ୍ଷ ୫୪ ହଜାରରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.