Latest Odisha News

BREAKING NEWS

ଲାଲଗଡରେ ନୂଆ ଥାନା, ଉଦ୍‌ଘାଟନ କଲେ ପୋଲିସ ଡିଜି

ମାଲକାନଗିରି: ଲାଲଗଡରେ ପ୍ରତିଷ୍ଠା ହେଲା ନୂଆ ଥାନା । ଶନିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଜୋଡାମ୍ବ ପଞ୍ଚାୟତ ନୂତନ ଥାନା ଉଦଘାଟନ କରାଯାଇଛି । ପୋଲିସ ଡିଜି ଅଭୟ ଶନିବାର ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଏହି ଥାନାକୁ ଉଦ୍‌ଘାଟନ କରିଛନ୍ତି । ଏଥିସହ ସେ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ପୋଲିସ ଡିଜି ପ୍ରଥମେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳକୁ ଯାଇ ଜୋଡାଆମ୍ବ ଠାରେ ଏକ ନୁତନ ଥାନା ଉଦଘାଟନ କରିଥିଲେ । ପରେ ସ୍ବାଭିମାନ ଅଞ୍ଚଳର ତିନୋଟି ବିଏସଏଫ କ୍ୟାମ୍ପ ପରିଦର୍ଶନ କରିବା ପରେ ମାଲକାନଗିରି ଏସପିଙ୍କ କାର‌୍ୟ୍ୟାଳୟରେ ଏକ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଓଡିଶା ପୋଲିସ ଓ ବିଏସଏଫ ଅଧିକାରୀମାନେ ଯୋଗ ଦେଇଥିଲେ । ମୁଖ୍ୟତଃ ଜିଲ୍ଲାରେ ନକ୍ସଲ ମୁକାବିଲା ନେଇ ବୈଠକରେ ଆଲୋଚନା ସହ ବିଭିନ୍ନ ଋଣନୀତି ପ୍ରସ୍ତୁତ କରାଯାଇଥିଲା।

Leave A Reply

Your email address will not be published.