Latest Odisha News

BREAKING NEWS

କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଉନ୍ମତ କାଣ୍ଡ !

ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଉନ୍ମତ କାଣ୍ଡ । ଅବ୍ୟବସ୍ଥା ଯୋଗୁଁ ଏପରି କାଣ୍ଡ ଭିଆଇ ଥିବା ଅଭିଯୋଗ ଆଣିଛନ୍ତି ଆକ୍ରାନ୍ତ।

ସୂଚନାନୁସାରେ, ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା କିଛି ରୋଗୀ ହଙ୍ଗାମା କରିବା ସହ ଦିଆଯାଇଥିବା ଖାଦ୍ୟ ସାମଗ୍ରୀ ନଖାଇ ଫିଙ୍ଗା ଫୋପଡା କରିଛନ୍ତି । ଆକ୍ରାନ୍ତଙ୍କ ଅଭିଯୋଗ କ୍ରମେ ଅପରିଷ୍କାର ପରିବେଶ ସହିତ ନିମ୍ନମାନର ଖାଦ୍ୟ ଦିଆଯାଉଥିବାରୁ ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି ।

ଅନ୍ୟପଟେ ଟାଙ୍ଗୀ ଚୌଦ୍ୱାର ବିଡିଓ ଦେଇଥିବା ସୁଚନା ଅନୁଯାୟୀ, ଗୁଟଖା ଓ ନିଶାଦ୍ରବ୍ୟ ବ୍ୟବହାର କରୁଥିବାରୁ ଏମାନଙ୍କୁ ବିରୋଧ କରାଯାଇଥିଲା । ଫଳରେ ଏହି ବ୍ୟକ୍ତି ମାନେ ହୋହାଲ୍ଲା କରିବା ସହ ଖାଦ୍ୟ ଫିଙ୍ଗାଫୋପଡା କରିବା ସହ ମିଥ୍ୟା ଅଭିଯୋଗ ଆଣିଥିବା କହିଛନ୍ତି ବିଡ଼ିଓ।

Leave A Reply

Your email address will not be published.