Latest Odisha News

BREAKING NEWS

ଯାଜପୁରରେ ପୋଲିସ ଡିଜି ଅଭୟ, ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା

ଯାଜପୁର: ପୋଲିସ ଡିଜି ଅଭୟ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି । ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ପହଞ୍ଚି ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିର ସେ ସମୀକ୍ଷା କରିଛନ୍ତି । ଯାଜପୁର ଏସପି ଚରଣ ସିଂହ ମୀନାଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ।

ଏହାସହ ଜିଲ୍ଲାରେ କୋଭିଡ୍ ଏନଫୋର୍ସମେଣ୍ଟ ସମ୍ପର୍କରେ ଏସପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି । ଏହି କାମରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଡିଜିପି ଅଭୟ ।

Leave A Reply

Your email address will not be published.