Latest Odisha News

BREAKING NEWS

ଓଡ଼ିଶାରେ ୩ ଲକ୍ଷ ୨୭ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୩୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୭ ହଜାର ୦୦୮ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।

ଅଧିକ ପଢନ୍ତୁ- ଦେଶରେ ଦେଢ଼ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା, କାଲି କୋଟିଏ ଛୁଇଁବ ସୁସ୍ଥ ସଂଖ୍ୟା

ଆରୋଗ୍ୟଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୩୧, ଅନୁଗୁଳରୁ ୩୦, ଖୋର୍ଦ୍ଧା ଓ ବଲାଙ୍ଗୀରରୁ ୧୭ ଜଣ ଲେଖାଏଁ, ମୟୂରଭଞ୍ଜରୁ ୧୪, ବାଲେଶ୍ୱର ଓ ସମ୍ବଲପୁରରୁ ୧୩ ଜଣ ଲେଖାଏଁ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ରୁ ୧୨ ଜଣ ଲେଖାଏଁ, ନୂଆପଡ଼ାରୁ ୧୦, ଝାରସୁଗୁଡ଼ାରୁ ୯, ବରଗଡ଼ ଓ ଜଗତସିଂହପୁରରୁ ୫ ଜଣ ଜଣ ଲେଖାଏଁ, କେନ୍ଦୁଝରରୁ ୬,ଦେବଗଡ଼ରୁ ୪, ଗଞ୍ଜାମରୁ ୩, କଳାହାଣ୍ଡିରୁ ୨, ନୟାଗଡ଼, ଭଦ୍ରକ ଓ ରାୟଗଡ଼ାରୁ ୧ ଲେଖାଏଁ ଓ ଷ୍ଟେଟ୍ ପୁଲ୍‌ରୁ ୮ ଜଣ ରହିଛନ୍ତି।

Leave A Reply

Your email address will not be published.