Latest Odisha News

ଆରଏସପି ଗ୍ୟାସ ଲିକ୍ ଘଟଣା: ୨ ଡିଜିଏମ ନିଲମ୍ବିତ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୨ ଡିଜିଏମଙ୍କୁ ନିଲମ୍ବିତ କରାଯାଇଛି । । କାର୍ଯ୍ୟରେ ଅବହେଲା ପାଇଁ ଏମାନଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଦୁଇ ଅଧିକାରୀ ହେଲେ ଇଏମ୍‌ଡି ବିଭାଗର ଗୋପବନ୍ଧୁ ବାରିକ ଓ ସିସିଡି ମେକାନିକାଲର ନବେନ୍ଦ୍ର ଦାଶ ।

ଆଜି ସକାଳ ୯ଟା ବେଳେ ୧୦ ଜଣ ଠିକା କର୍ମଚାରୀ କୋଲ୍ କେମିକାଲ ଡିପାର୍ଟମେଣ୍ଟ ବା ସିସିଡିରେ ପାଇପ ମରାମତି କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗ୍ୟାସ ପାଇପ ବଦଳାଇବା ବେଳେ ହଠାତ୍ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ଆରଏସପି କର୍ତ୍ତୃପକ୍ଷ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଆରଏସପି ସିଇଓ ଦୀପକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ମୃତକ ପରିବାରକୁ ନିୟମାନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ ସହ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ଦିଆଯିବ।

Leave A Reply

Your email address will not be published.