Latest Odisha News

BREAKING NEWS

ନିଜାମୁଦ୍ଦିନ ଧାର୍ମିକସଭାରୁ ଫେରିଥିବା ୩ଜଣ ହୋଇଛନ୍ତି ଚିହ୍ନଟ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ମୁସଲିମ ଧାର୍ମିକ ସଭା ବା ତବ୍ଳିଗି ଜମାତରେ ଓଡ଼ିଶାରୁ ୧୫ଜଣ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଓଡ଼ିଶାକୁ ନିଜାମୁଦ୍ଦିନରୁ ଫେରିଥିବା ୩ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏହା ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଏହି ତିନିଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନରେ ରଖାଯାଇଥିବା ଶ୍ରୀ ବାଗଚୀ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ନୂଆଦିଲ୍ଲୀର ନିଜାମୁଦ୍ଦିନରେ ଅନୁ୍‌ଷ୍ଠିତ ହୋଇଥିବା ମୁସଲିମ ଧାର୍ମିକ ସଭାରେ ଯୋଗଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯ ଜଣ ଶ୍ରଦ୍ଦାଳୁଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ଯୋଗୁଁ ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି ।

ଏହି ମୁସଲମାନ ଧାର୍ମିକ ସଭା ମାର୍ଚ୍ଚ ୧ ତାରିଖରୁ ୧୫ ତାରିଖ ଯାଏଁ ନିଜାମୁଦ୍ଦିନଠାରେ ଆୟୋଜିତ ହୋଇଥିଲା । ଏହି ଇସ୍ଳାମୀୟ ଧାର୍ମିକ ସଭାରେ ଯୋଗଦେଇଥିବା ମୁସଲମାନ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ତେଲେଙ୍ଗାନାରେ ୬ଜଣ, ଜମ୍ମୁ ଓ କାଶ୍ମୀରରେ ଜଣେ, ତାମିଲନାଡୁ ଓ କର୍ଣ୍ଣାଟକରେ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ଏହି ଧାର୍ମିକସଭାରେ ଓଡ଼ିଶାରୁ ୧୫ ଜଣ ମୁସଲମାନ ଶ୍ରଦ୍ଧାଳୁ ଅଂଶ୍ରଗ୍ରହଣ କରିଥିଲେ ।

Leave A Reply

Your email address will not be published.