Latest Odisha News

BREAKING NEWS

ଓଡିଶା ସିନେ ୱାର୍କର୍ସଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ସାଂସଦ ଅନୁଭବ ମହାନ୍ତିଙ୍କ ନିବେଦନ

ଭୁବନେଶ୍ୱର: କରୋନା ଲକ୍ ଡାଉନ ଯୋଗୁଁ ଓଡିଶା ମୋସନସ୍ ଫିକ୍‌ଚର୍ସ ଟେକ୍ନିସିଆନ ଓ ୱାର୍କର୍ସ ଆସୋସିଏସନର ସଦସ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅନୁଭବ ମହାନ୍ତି ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଂସଦ ଅନୁଭବ ଦେଇଥିବା ଏକ ଚିଠିରେ ଲେଖିଛନ୍ତି ଯେ, ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସଂଘର ପ୍ରାୟ ୭୦୦ ସଦସ୍ୟ ଏବେ ନିଜ ପରିବାର ଚଳାଇବା ପାଇଁ ଅସମର୍ଥ । ଏମାନଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦେବା ଜରୁରୀ ହୋଇପଡିଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଓମପଟ୍ୱାର ସଦସ୍ୟମାନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଓଏଫ୍‌ଡିସିକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁଭବ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।
ପୂର୍ବରୁ ପ୍ରଯୋଜକ ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ସଂଘର ସଦସ୍ୟଙ୍କୁ ଅଢେଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

Leave A Reply

Your email address will not be published.