Latest Odisha News

BREAKING NEWS

‘ଆପଲ’ କମ୍ପାନୀ ତରଫରୁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ମାସ୍କ ପ୍ରଦାନ

କାଲିଫର୍ଣ୍ଣିଆ: କରୋନାଭାଇରସ ସହ ଲଢ଼େଇ କରୁଥିବା ଆମେରିକା ଓ ୟୁରୋପର ସ୍ୱାସ୍ଥ୍ର ସେବା ପ୍ରଦାନକାରୀଙ୍କୁ ମିଲିୟନ ସଂଖ୍ୟାରେ ମାସ୍କ ପ୍ରଦାନ କରୁଛି ‘ଆପଲ’ କମ୍ପାନୀ । ଏନେଇ ‘ଆପଲ’ କମ୍ପାନୀର ସିଇଓ ଟିମ କୁକ ରବିବାର ଦିନ ଘୋଷଣା କରିଛନ୍ତି ।

ଏନେଇ ସେ ଟ୍ୱିଟ କରିଛନ୍ତି, “କରୋନାଭାଇରସ ସହ ଲଢ଼ୁଥିବା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ସାହାଯ୍ୟ କରିବା ପାଇଁ ଆମ ଟିମ କାମ କରି ଆସୁଅଛି । ଆମେ ମିଲିୟନ ସଂଖ୍ୟାରେ ଆମେରିକା ଓ ୟୁରୋପର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ମାସ୍କ ଦାନ କରୁଛୁ । ସମସ୍ତ ହିରୋମାନଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ।”

‘ଆପଲ’ ଏବଂ ଅନ୍ୟ ଟେକନୋଲୋଜି କମ୍ପାନୀ ବିଶ୍ୱସ୍ତରୀୟ ମହାମାରୀ ସହ ଲଢୁଥିବା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ସାହାଯ୍ୟ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ସାରା ବିଶ୍ୱରେ ୩ଲକ୍ଷରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମିତ ଥିବା ଜଣାପଡିଛି ।

Leave A Reply

Your email address will not be published.