Latest Odisha News

ଜନତା କର୍ଫ୍ୟୁ ପାଇଁ ପେଟ୍ରୋଲ ପମ୍ପରେ କମିଲା କର୍ମଚାରୀଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ଆହ୍ୱାନ ଦେଇଥିଲେ। ଏହାର ପ୍ରଭାବ ଦେଶ ତଥା ରାଜ୍ୟରେ ଦେଖିବାକୁ ମିଳିଛି। ରବିବାର ଦିନ ‘ଜନତା କର୍ଫ୍ୟୁ’ ପ୍ରଭାରେ ଓଡ଼ିଶାର ପଟ୍ରୋଲ ପମ୍ପ ଗୁଡିକରେ କର୍ମଚାରୀଙ୍କ ସଂଖ୍ୟା କମ୍ ଥିବା ଦେଖିବାକୁ ମିଳିଛି ।

ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଥ ଦେଇଥିବା ସୁଚନା ଅନୁଯାୟୀ,” ଯଦିଓ ଏହା ଏକ ଆବଶ୍ୟକୀୟ ସେବା, ତଥାପି ମଧ୍ୟ ଜନତା କର୍ଫ୍ୟୁ ଯୋଗୁଁ ଆମେ ରବିବାର ଦିନ କେବଳ ଜରୁରୀକାଳୀନ ସେବା ପାଇଁ ବ୍ୟବହୃତ ଯାନ ଗୁଡିକ ପେଟ୍ରୋଲ ପମ୍ପ ଆସିବା ନେଇ ଆଶା କରୁଛୁ’ ।

ରାଜପଥ ନିକଟରେ ଥିବା ପେଟ୍ରୋଲ ପମ୍ପ ଏବଂ ସହରଗୁଡ଼ିକ ମଧ୍ୟରେ ଥିବା ପମ୍ପ ଗୁଡିକରେ କେବଳ ତିନି ଜଣ କର୍ମଚାରୀ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

୧୪ ଘଣ୍ଟିଆ କର୍ଫ୍ୟୁ ଅବଧି ମଧ୍ୟରେ ପ୍ରାୟ ୧୯୦୦୦ ଘରୋଇ ବସ ଚଳାଚଳ ବନ୍ଦ ରହିବ। ଘରୋଇ ମାଲିକ ସଂଘ ସକାଳ ୬ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ବସ୍ ସେବାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.