Latest Odisha News

BREAKING NEWS

କରୋନା ମୁକାବିଲା: ଛୁଟି ଦିନରେ ଖୋଲା ରହିବ ସରକାରୀ କାର୍ଯ୍ୟାଳୟ

ପୁରୀ: ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କର କରୋନାଭାଇରସ୍ ରିପୋର୍ଟ ପଜିଟିଭ ବାହାରିଥିବା ବେଳେ ଏବେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛୁଟିଦିନରେ ମଧ୍ୟ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ କାର‌୍ୟ୍ୟାଳୟ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ସୂଚନା ମୁତାବକ, ଏହି ଅବଧି ମଧ୍ୟରେ କୌଣସି ସରକାରୀ ଅଧିକାରୀ ତାଙ୍କ ମୁଖ୍ୟ କାର୍ଯ୍ୟାଳୟର ବିନା ଅନୁମତିରେ ଛୁଟି ନେଇପାରିବେ ନାହିଁ ।

ଏନେଇ ଶନିବାର ଦିନ ପୁରୀ କଲେକ୍ଟର ବଲୱନ୍ତ ସିଂ ଶ୍ରୀ ଜଗନ୍ନାଥ ମନ୍ଦିର, ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନ ଥିବା ଜିଲ୍ଲାଠାରୁ ଦୂରରେ ରହିବାକୁ ଲୋକଙ୍କୁ ନିବେଦନ କରିଥିଲେ। ଏଥିସହ ପର‌୍ୟ୍ୟଟନ ସଂରକ୍ଷିତ ବସର ପ୍ରବେଶକୁ ସାମୟିକ ଭାବେ ବାରଣ କରାଯିବ ବୋଲି ସେ ଘୋଷଣା କରିଥିଲେ।

Comments are closed.