Latest Odisha News

BREAKING NEWS

କରୋନା ଭୟ: ମାର୍ଚ୍ଚ ୩୧ ଯାଏଁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଛୁଟି

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଭୟରେ ମାର୍ଚ୍ଚ ୩୧ ଯାଏଁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଛୋଟ ପିଲାଙ୍କ ଠାରେ କରୋନା ଭାଇରସର ସଂକ୍ରମଣ ଭୟ ଏଡାଇବାକୁ ଦିଲ୍ଲୀ ସରକାର ପଦକ୍ଷେପ ନେଇଛନ୍ତି । ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ କରୋନା କାୟା ବିସ୍ତାର କଲାଣି । ଏପର୍ଯ୍ୟନ୍ତ ଭାରତରେ ମୋଟ୍ ୨୯ ଜଣ କରୋନା ସଂକ୍ରମିତ ଲୋକଙ୍କ ଚିହ୍ନଟ କରାଯାଇଛି । ଭାରତରେ ଦ୍ରୁତ ଗତିରେ ବଢୁଥିବା କରୋନାର ପ୍ରକୋପକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ହୋଲି ମିଳନ ପର୍ବରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଛନ୍ତି ।

BjdElectrycity

ସୂଚନାଯୋଗ୍ୟ, ସାରା ଦୁନିଆରେ କରୋନା ସଂକ୍ରମଣର ୯୦ ହଜାରରୁ ଅଧିକ ମାମଲା ସାମନାକୁ ଆସି ସାରିଛି । ଭାରତରେ ଗତ ୩ ଦିନରେ କରୋନା ଭାଇରସର ମାମଲା ଲଗାତାର ସାମନାକୁ ଆସିଛି ।

Leave A Reply

Your email address will not be published.