Latest Odisha News

ବିଜୁ ପଟ୍ଟନାୟକଙ୍କ ସାହସିକତାକୁ ଟ୍ୱିଟ୍ କରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ମରଣ କରି ଇତିହାସର କିଛି ପୃଷ୍ଠା ଗୁରୁବାର ଦିନ ଟ୍ୱିଟ୍ କରିଛନ୍ତି ।

ଯେଉଁଥିରେ ତାଙ୍କ ବିରତ୍ୱ ଓ ପରାକାଷ୍ଠାର ଝଲକ ଦେଖିବାକୁ ମିଳୁଛି ।

୧୯୪୫ ମସିହା ଅଗଷ୍ଟ ୨୯ ତାରିଖ ଦିନ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଗୃହ ବିଭାଗ) ଙ୍କ ଚିଠିରେ ଦର୍ଶାଯାଇଥିଲା ଯେ ବିଜୁ ବାବୁ ଜଣେ ପାଇଲଟ ଭାବରେ ତାଙ୍କ ପଦବୀ ଓ କର୍ତ୍ତବ୍ୟରେ ଅପବ୍ୟବହାର କରି ଆତ୍ମଗୋପନ କରିଥିବା ରାମ ମୋନୋହର ଲୋହିୟାଙ୍କୁ ଦିଲ୍ଲୀରୁ ପୂର୍ବ କଲିକତାକୁ ବିମାନରେ ନେଇଯାଇଥିଲେ।

ସେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜୁ ବାବୁ ଏଭଳି ଏକ ରିସ୍କ ନେଇଥିଲେ ଯାହା ତାଙ୍କର କରିବାର ନଥିଲା ।

ଆହୁରି ମଧ୍ୟ ସେ ଜଣେ ଉଚ୍ଚକୋଟିର ପାଇଲଟ୍ ଥିବାରୁ ତାଙ୍କର ଉଡ଼ାଣ ବନ୍ଦ କରାଯାଇପାରିବ ନାହିଁ, ତେଣୁ ତାଙ୍କୁ ଇଣ୍ଡିଆନ ନ୍ୟାସନାଲ ଏୟାରୱେଜରେ ନିଯୁକ୍ତି ଦିଆଯିବ ବୋଲି ଚିଠିରେ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ ଯଦି ଇଣ୍ଡିଆନ୍ ନ୍ୟାସନାଲ୍ ଏୟାରୱେଜ୍ ତାଙ୍କୁ ପୁନଃ ନିଯୁକ୍ତ ନକରନ୍ତି, ତେବେ ଟାଟା ସମ୍ଭବତ ତାଙ୍କୁ ନିଯୁକ୍ତ କରିବେ।

“ବିଜୁ ବାବୁ ଭାରତର ଅଗ୍ରଗତି ତଥା ଓଡିଶାର ବିକାଶ ପାଇଁ ନିରନ୍ତର ପରିଶ୍ରମ କରିଛନ୍ତି” ବୋଲି ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱକୁ ମନେ ପକାଇ ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ବାବୁଙ୍କ ପୁତ୍ର ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରିଛନ୍ତି ।

Leave A Reply

Your email address will not be published.