ଇସଲାମାବାଦ: ପାକିସ୍ତାନରେ ଦିନକୁ ଦିନ ପଜିଟିଭ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢି ଚାଲିଥିବା ବେଳେ ସିନ୍ଧର ଦକ୍ଷିଣ ପ୍ରୋଭିନ୍ସରେ ଏହି ମହାମାରୀର ପ୍ରକୋପ ଅଧିକ ବୋଲି ଜଣାପଡ଼ିଛି । ପାକିସ୍ତାନରେ ପଜିିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮୮୨ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଥିବା ଖବର ଏଏନଆଇ ଗଣମାଧ୍ୟମରେ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି ।
ସବୁଠାରୁ ବଡ଼କଥା ହେଲା ସିନ୍ଧ୍ ପ୍ରଦେଶରେ ଏହି ଘାତକ କୋଭିଡ୍ ୧୯ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପୀବାରେ ଲାଗିଥିବା ବେଳେ ପାକ ସରକାରଙ୍କ ପକ୍ଷରୁ ସେପରି କୌଣସି ବଡ଼ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
The Oxford educated PM of Pakistan in an address to the nation says “ This #coronavirus is like a flu. Don’t worry you will get it for a few days & then you will be ok”. https://t.co/WuHPVeH3Mz
— Reham Khan (@RehamKhan1) March 22, 2020
ସିନ୍ଧରେ କେବଳ ୩୯୪ ଜଣ ପଜିଟିଭ୍ ଆକ୍ରାନ୍ତ ରହିଥିବା ବେଳେ ଜଣେ ଡାକ୍ତରଙ୍କ ମଧ୍ୟ ମୃତ୍ୟୁ ଘଟିଛି ।
ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାର ଏକ ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଙ୍ଗଳବାର ଦିନ ଗଣମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।
ସେହିପରି କରାଚୀରେ ଥିବା ଜିନ୍ନା ଅନ୍ତର୍ଜାତୀୟ ଏୟାପୋର୍ଟ ଏବଂ ସୁକୁର ଘରୋଇ ବିମାନବନ୍ଦରକୁ ପାକିସ୍ତାନ ବେସାମରିକ ଚଳାଚଳ କର୍ତ୍ତୃପକ୍ଷ ମାର୍ଚ୍ଚ ୨୪ରୁ ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି ।
Comments are closed.