Latest Odisha News

ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡିତ କି ? ଜାଣନ୍ତୁ ଆପଣଙ୍କ ଶରୀରରେ କରୋନାର ପ୍ରଭାବ

ନୂଆଦିଲ୍ଲୀ: ଗତ କିଛି ମାସରେ କରୋନାଭାଇରସ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । କିନ୍ତୁ ସବୁଠାରୁ ଅଧିକ ଚିନ୍ତାଜନକ କାରଣ ହେଉଛି ବରିଷ୍ଠ ନାଗରିକମାନେ କରୋନାର ଅଧିକ ଶିକାର ହେଉଛନ୍ତି ।

ଆମେରିକୀୟ ବୈଜ୍ଞାନିକମାନେ ଚୀନ ଓ ଅନ୍ୟ ଦେଶରେ କରୋନାଭାଇରସ ଦ୍ୱାରା ମୃତ୍ୟୁ ହୋଇଥିବା ବୟସ୍କ ବ୍ୟକ୍ତିଙ୍କୁ ନେଇ ଗବେଷଣା କରିଛନ୍ତି । ଯେଉଁ ବରିଷ୍ଠ ନାଗରିକମାନେ ପ୍ରଥମରୁ ହିଁ ହୃଦରୋଗ, କିଡନୀ ଏବଂ ଫୁସଫୁସ ସମ୍ବନ୍ଧୀୟ ରୋଗରେ ପୀଡିତ କରୋନା ସେମାନଙ୍କ ପାଇଁ ଅଧିକ ବିପଦଜନକ । ଯେଉଁ ଲୋକମାନେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ସେହି ରୋଗୀଙ୍କ ପାଇଁ ମଧ୍ୟ ଏହା ବହୁତ ଘାତକ ସାବ୍ୟସ୍ତ ହୋଇଛି ।

ବୈଜ୍ଞାନିକଙ୍କ କହିବାନୁସାରେ, ୬୦ ବର୍ଷରୁ ଅଧିକ ବୟସର ନାଗରିକ ପୂର୍ବରୁ ହିଁ କୌଣସି ରୋଗରେ ପୀଡିତ ଥାଆନ୍ତି । ଏହା ସହିତ ବୟସ ପାଇଁ ତାଙ୍କର ପ୍ରତିରୋଧକ ଶକ୍ତି ମଧ୍ୟ କମ ହୋଇଥାଏ । ସେଥିପାଇଁ ବରିଷ୍ଠ ନାଗରିକଙ୍କ ପାଇଁ ଏହା ଅଧିକ ଘାତକ ସାବ୍ୟସ୍ତ ହୋଇଥାଏ ।

Leave A Reply

Your email address will not be published.