Latest Odisha News

BREAKING NEWS

କଟକରେ କରୋନା ସୁସ୍ଥ ହାର ୬୫.୭୭%: ଜିଲ୍ଲାପାଳ

କଟକ: ସିଲଭର ସିଟି କଟକରେ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ପ୍ରତିଦିନ ଶହେରୁ ୨ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆଜି କଟକର କରୋନା ସ୍ଥିତି ନେଇ କଟକ ଜିଲ୍ଲାପାଳ ତାଜା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଏବେ କଟକରେ ୨ଟି କୋଭିଡ ହସ୍ପିଟାଲ ଚାଲୁ ରହିଛି । ଆଇସିୟୁ ସଂଖ୍ୟା ୩୪ରୁ ୫୮କୁ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅଧିକ ପରୀକ୍ଷା ଉପରେ ଜୋର ଦିଆଯାଉଛି । ଏବେ ପର୍ଯ୍ୟନ୍ତ ୬୯ ହଜାର ୨୧୭ଟି ନମୁନା ପରୀକ୍ଷା କରାଯାଇଛି ।

ଆରଟିପିସିଆର ୪୨ ହଜାର ୯୪ ଓ ଆଣ୍ଟିଜେନ ଟେଷ୍ଟ ୨୭ ହଜାର ୧୨୩  ହୋଇଛି । ଜିଲ୍ଲାରେ ପୂର୍ବରୁ ୧୫୦ ବେଡ୍‌ର ଅଶ୍ୱିନୀ କୋଭିଡ ହସ୍ପିଟାଲ ଥିଲା, ବର୍ତ୍ତମାନ ୧୫୦ ବେଡ୍‌ର ସଦଗୁରୁ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି, ସଦଗୁରୁ କୋଭିଡ ହସ୍ପିଟାଲରେ ଡାଇଲେସିସ୍ ଓ ପ୍ରସୂତିଙ୍କ ପାଇଁ ସୁବିଧା ରହିଛି । କଟକରେ ଏବେ ଆକ୍ରାନ୍ତଙ୍କ ମୃତ୍ୟୁହାର ୦.୩୯ ପ୍ରତିଶତ ରହିଛି । କଟକରେ ସୁସ୍ଥ ହାର ୬୫.୭୭  ପ୍ରତିଶତ ରହିଛି । କଟକରେ ପ୍ଲାଜମା ଥେରାପୀ ଏକ ପ୍ରମୁଖ ଭୂମିକା ନେଉଛି । ବର୍ତ୍ତମାନ ସୁଦ୍ଧା ୧୬୮ ଜଣ ପ୍ଲାଜମା ଦାନ କରିଛନ୍ତି ।

Leave A Reply

Your email address will not be published.