Latest Odisha News

BREAKING NEWS

କଂଗ୍ରେସ ସଭାପତି ପଦ ଛାଡିବେ ସୋନିଆ !

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ସଭାପତି ପଦ ଛାଡିବେ ସୋନିଆ ଗାନ୍ଧୀ । ଇଣ୍ଡିଆ ଟୁଡେର ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧୀ ପାର୍ଟି ସହଯୋଗୀଙ୍କୁ କହିଛନ୍ତ ସେ ଅନ୍ତରୀଣ ସଭାପତି ଭାବେ ନିଜର ଏକ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ତାଙ୍କୁ ପାର୍ଟିର ସଭାପତି ପଦରୁ ହଟିବା ଉଚିତ୍ ଏବଂ ପାର୍ଟିକୁ ନୂତନ ସଭାପତି ଚୟନ କରିବା ଉଚିତ୍ ବୋଲି ସୋନିଆ ଗାନ୍ଧୀ ପରାମର୍ଶ ଦେଇଛନ୍ତି।

କଂଗ୍ରେସର ସାଙ୍ଗଠନିକ ସ୍ତରରେ ଆମୁଳଚୂଳ ପରିବର୍ତ୍ତନ ପାଇଁ ଆଜି ଦଳର ୨୩ ଜଣ ବରିଷ୍ଠ ନେତା ପାର୍ଟି ହାଇକମାଣ୍ଡକୁ ପତ୍ର ଦେଇଥିଲେ। ଏବେ ଖବର ଆସିଛି ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ସଭାପତି ପଦ ଛାଡିବେ। ଦୀର୍ଘ ଦିନରୁ କଂଗ୍ରେସରେ ପୂର୍ଣ୍ଣକାଳୀନ ସଭାପତି ପଦ ପାଇଁ ଦାବି ହୋଇ ଆସିଛି।

କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ସୋମବାର ହେବାକୁ ଯାଉଛି। ସୂତ୍ର ଅନୁଯାୟୀ ଏହି ବୈଠକକୁ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ପାଇଁ ଡକାଯାଇଛି। ଆଶା କରାଯାଉଛି ବୈଠକରେ ସୋନିଆ ପଦ ଛାଡିବା ନେଇ ନିଜର ଇଚ୍ଛାକୁ ପୁଣି ଥରେ ଦୋହରାଇବେ ଏବଂ ସଦସ୍ୟଙ୍କୁ ପାର୍ଟି ପାଇଁ ନୂତନ ସଭାପତି ଚୟନ କରିବାକୁ କହିବେ।

Leave A Reply

Your email address will not be published.