ଭୁବନେଶ୍ୱର: କୋଭିଡ଼-୧୯ ର ଭୟାବହତାକୁ ଦୃଷ୍ଟିରେ ରଖି ସେସୁ ମାର୍ଚ୍ଚ ୨୩ ରୁ ୨୯ ପର୍ଯ୍ୟନ୍ତ ଖୋର୍ଦ୍ଧା, କେନ୍ଦ୍ରାପଡା, ଅନୁଗୁଳ ଏବଂ ପୁରୀ ପୌରପାଳିକା ଅଞ୍ଚଳରେ ଏହାର ସମସ୍ତ କଲେକ୍ସନ କାଉଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
ରବିବାର ଦିନ ସେସୁ ଦ୍ୱାରା ଜାରି କରାଯାଇଥିବା ଏକ ପ୍ରେସ ନୋଟରେ କୁହାଯାଇଛି ଯେ ସାମାଜିକ ଦୂରତାକୁ ବଜାୟ ରଖିବା ଦ୍ୱାରା କୋଭିଡ -୧୯ ବିସ୍ତାର ଉପରେ ରୋକ ଲଗାଇ ହେବା ପାଇଁ ଏହିଭଳି ନିଷ୍ପତ୍ତି ନିଆଯାଇଛି।
ଅନଲାଇନରେ ଦେୟ ପୈଠ କରିବାକୁ ସମସ୍ତ ଗ୍ରାହକଙ୍କୁ ଅନୁରୋଧ କରିଛି ସେସୁ ।
ଆଉରି ମଧ୍ୟ ଏଥିରେ ଉଲ୍ଲେଖ ରହିଛି ଯେ, ଉକ୍ତ ଜିଲ୍ଲାଗୁଡିକର କାର୍ଯ୍ୟାଳୟଗୁଡିକ, ସମସ୍ତ ସବ୍-ଷ୍ଟେସନ୍ ଏବଂ ବିତରଣ ନେଟୱାର୍କର ସୁଗମ କାର୍ଯ୍ୟ ପାଇଁ ଖୋଲା ରହିବ, ଯାହାଦ୍ୱାରା ଏହା ସମସ୍ତ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରିପାରିବ ।
Comments are closed.