Latest Odisha News

BREAKING NEWS

କୋଭିଡ-୧୯: ଗାୟିକା କନିକାଙ୍କ ସଂସ୍ପର୍ଶରେ ଆସିଥିବା ୨୬୬ ଜଣଙ୍କ ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ବଲିଉଡ ଗାୟିକା କନିକା କପୁରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୨୬୬ ଜଣ ବ୍ୟକ୍ତିଙ୍କ କରୋନା କରୋନାଭାଇରସ୍ (କୋଭିଡ -୧୯) ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଛି ।

ଏଥିସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି ବୋଲି ରବିବାର ଦିନ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ।

ପ୍ରାୟ ୬୦ ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ବାହାରିଥିଲା । କୌଣସି ବ୍ୟକ୍ତିଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଦେଲେ ଅଧିକ ନମୁନା ଟେଷ୍ଟ କରାଯିବ ।

ନିକଟ ଅତିତରେ ବଲିଉଡ ଗାୟିକା କନିକା ଏକ ପାର୍ଟିରେ ଯୋଗଦେଇଥିଲେ, ଯେଉଁଥିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ତାଙ୍କ ପୁଅ ତଥା ସାଂସଦ ଦୁଶ୍ୟନ୍ତ ସିଂ, ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜୟ ପ୍ରତାପ ସିଂ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜତିନ୍ ପ୍ରସାଦ ଏବଂ ତାଙ୍କ ପତ୍ନୀ ନେହା ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ: ବଲିଉଡ କଣ୍ଠଶିଳ୍ପୀ କନିକା କପୁରଙ୍କ କରୋନା ରିପୋର୍ଟ ପଜିଟିଭ

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୯ରେ କନିକା ଲଣ୍ଡନରୁ ମୁମ୍ବାଇକୁ ଯାଇଥିଲେ। ପରେ ସେ ମାର୍ଚ୍ଚ ୧୧ରେ ଲକ୍ଷ୍ନୌରେ ପହଞ୍ଚି ଏକ ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ମାର୍ଚ୍ଚ ୨୦ରେ କରୋନା ପରୀକ୍ଷା କରାଯାଇଥିଲା।ଯାହା ପଜିଟିଭ ବାହାରିଥିଲା ।

Leave A Reply

Your email address will not be published.