Latest Odisha News

BREAKING NEWS

ଓଡ଼ିଶାରେ ୩୯ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ଜିଲ୍ଲାରେ କେତେ ଜାଣନ୍ତୁ

ଭୁବନେଶ୍ୱର: ରବିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୩୯ ରେ ପହଁଚି ସାରିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୩ ଦିନ ମଧ୍ୟରେ କେବଳ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଗୁଣ ବଢିଛି ।

BjdElectrycity

ଓଡ଼ିଶାର କେଉଁ ସହରରେ କେତେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା  ଆସନ୍ତୁ ଜାଣିବା…

ଭୁବନେଶ୍ୱର: ସର୍ବାଧିକ ଆକ୍ରାନ୍ତଙ୍କ ସହ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ରେ ପହଞ୍ଚିଛି ।

ଭଦ୍ରକ: ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ରେ ପହଞ୍ଚିଛି ।

କଟକ: କଟକ ଜିଲ୍ଲାରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି ।

ଯାଜପୁର: ଯାଜପୁରରେ ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ପୁରୀ: ପୁରୀ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ରେ ସୀମିତ ରହିଛି।

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସହରବାସୀଙ୍କୁ ଦାୟିତ୍ୱସମ୍ପନ୍ନ ହୋଇ ଘରେ ରହି କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.