ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୦୦ ଟପିଯିବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୭୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୫୦୫ଟି ନୂଆ କେସ୍ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଥିବାର ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।
ଏଏନଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୬୯୦ । କେବଳ ମୁମ୍ବାଇରେ ୨୯ଟି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପୁଣେରେ ୧୭, ପିସିଏମସିରେ ୪, ଅହମ୍ମଦ ନଗରରେ ୩, ଔରଙ୍ଗାବାଦରେ ୨ ଜଣ ପଜିଟିଭ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।
With 505 new cases, India’s COVID-19 tally rises to 3577, total deaths 83
Read @ANI Story | https://t.co/VytAUnJjwJ pic.twitter.com/mfLX0ufXBO
— ANI Digital (@ani_digital) April 5, 2020
ସେହିପରି ପଞ୍ଜାବରେ ୬୮ଟି ପଜିଟିଭ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମଧ୍ୟପ୍ରଦେଶରେ ୧୨୨ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାମିଲନାଡୁରେ ୫୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୨୨ ଜଣ ବ୍ୟକ୍ତି ଦିଲ୍ଲୀର ନିଜାମୁଦ୍ଦିନ ଧର୍ମୀୟ ସଭାରେ ଯୋଗଦାନ କରିଥିଲେ ।
Comments are closed.