Latest Odisha News

BREAKING NEWS

ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ, ୨୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା। ଭୁବନେଶ୍ବର କପିଳ ପ୍ରସାଦ ହାଉସିଂବୋର୍ଡର ଫେଜ୍‌-୨ରେ ରହୁଥିବା ଜଣେ ୭୦ ବୟସ୍କ ବ୍ୟକ୍ତି ଏବଂ ଅନ୍ୟଜଣେ ୨୯ ବର୍ଷୀୟ ବମିଖାଲର ଯୁବକ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

BjdElectrycity

୭୦ ବର୍ଷ ବ୍ୟକ୍ତି ଜଣକ ନିକଟରେ ଅଷ୍ଟ୍ରେଲିଆରୁ ଫେରିଥିବା ଜଣାପଡିଛି । ତେବେ ବମିଖାଲରେ ଚିହ୍ନଟ ହୋଇଥିବା ୨୯ ବର୍ଷୀୟ ବ୍ୟକ୍ତି ଜଣଙ୍କର ଏଯାଏଁ କୌଣସି ଟ୍ରାଭେଲ ହିଷ୍ଟ୍ରି ଜଣାପଡି ନାହିଁ । ପୂର୍ବରୁ ରାଜ୍ୟରେ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଆଜି ଆଉ ଦୁଇ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଂଚିଛି ।

Leave A Reply

Your email address will not be published.